www.samajalive.in
Saturday, December 6, 2025
19.1 C
Bhubaneswar

ଲକଡାଉନ ଆଣିଲା ଖୁସି : ୨୧ ବର୍ଷ ପରେ ସଂଗରୋଧ କେନ୍ଦ୍ରରେ ପତିକୁ ପାଇଲା ପତ୍ନୀ

କଲକାତା : କରୋନା ଜନିତ ଲକଡାଉନ ଅନେକ ଲୋକଙ୍କ ପାଇଁ ଦୁଃଖ ଆଣିଥିବା ବେଳେ ଉର୍ମିଳା ଦେବୀଙ୍କ ପାଇଁ ଆଣିଛି ଖୁସି। ୨୧ ବର୍ଷ ତଳେ ହଜି ଯାଇଥିବା ପତିକୁ ସଂଗରୋଧ କେନ୍ଦ୍ରରେ ପାଇବା ପରେ ସେ ଲକଡାଉନକୁ ଧନ୍ୟାବାଦ ଦେବାକୁ ପଛାଇନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆସନସୋଲ ଅଂଚଳର ଉର୍ମିଳାଙ୍କ ପତି ସୁରେଶ ପ୍ରସାଦ ୨୧ ବର୍ଷ ତଳେ ଘରୁ ଚାଲିଯିବା ପରେ ଆଉ ଫେରି ନଥିଲେ। ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସୁରେଶକୁ ପାଇନଥିଲେ ଉର୍ମିଳା। ପରିଶ୍ରମ କରି ନିଜର ୪ ପିଲାଙ୍କୁ ଶିକ୍ଷିତ କରିବାକୁ ଚେଷ୍ଟା କରିଥିଲେ। ଲକଡାଉନ ଯୋଗୁ ଦିଲ୍ଲୀରୁ କୋଲକତା ଫେରିଥିବା ଶ୍ରମିକଙ୍କ ମଧ୍ୟରେ ତାଙ୍କ ପତି ସୁରେଶ ଆସିଥିବା ସେ ପୁଲିସଠାରୁ ଜାଣିବାକୁ ପାଇଥିଲେ। ସୁରେଶକୁ ସଂଗରୋଧ କେନ୍ଦ୍ରକୁ ପଠାଇବା ବେଳେ ସ୍ଥାନୀୟ ପୁଲିସ ତାର ଠିକଣ ପଚାରିଥିଲା। ସୁରେଶ ଠିକଣା କହିବା ସହ ସେ ଘରୁ ପଳାଇଥିବା ପୁଲିସକୁ କହିଥିଲା। ପୁଲିସ ଏ ସଂପର୍କରେ ଉର୍ମିଳାଙ୍କୁ ଜଣାଇଥିଲା। ଚେହେରାରେ ପରିବର୍ତନ ହୋଇଥିବାରୁ ଚିହ୍ନିବା ଯଦିଓ କଷ୍ଟ ହୋଇଥିଲା, ସବୁକଥା ଜାଣିବା ପରେ ଉର୍ମିଳା ଖୁସି ବ୍ୟକ୍ତ କରିଥିଲେ। ସ୍ବାମୀଙ୍କ ସହ ତାଙ୍କର ଏହି ମିଳନ ପାଇଁ ସେ ଲକଡାଉନକୁ ଧନ୍ୟବାଦ ଦେଇଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories