www.samajalive.in
Monday, December 15, 2025
24.1 C
Bhubaneswar

ଟିକଟକକୁ ଚ୍ୟାଲେଞ୍ଜ ଦେବା ପାଇଁ ଆସିଲା ଭାରତୀୟ ଆପ୍ “ମିଟ୍ରନ୍”

ନୂଆଦିଲ୍ଲୀ : ଚୀନର ମୋବାଇଲ ଏଣ୍ଟରଟେନମେଣ୍ଟ ଆପ୍ ଟିକଟକ୍ ଭାରତରେ ବେସ୍ ଲୋକପ୍ରିୟ ହୋଇସାରିଛି। ଏପରିକି ବିଶ୍ଵର ଅନ୍ୟ ଦେଶ ତୁଳନାରେ ଭାରତରେ ଏହି ଆପ୍ ଅଧିକ ଲୋକପ୍ରିୟ ହୋଇସାରିଛି। ଭାରତରେ ଟିକଟକର ଲୋକପ୍ରିୟତା ଏତେ ମାତ୍ରରେ ରହିଛି ଯେ ଅନେକ ଅଭିଭାବକ ତାଙ୍କ ପିଲାମାନଙ୍କୁ ଟିକଟକ୍ ଆପ୍ ବ୍ୟବହାର କରିବାକୁ ମନା କରିବାରୁ ସେମାନେ ଆତ୍ମହତ୍ୟା କରିଥିବା ଦେଖାଯାଇଛି। କିନ୍ତୁ ବର୍ତ୍ତମାନ ଭାରତରେ ଟିକଟକ ବିରୋଧରେ ସ୍ୱର ଉତ୍ତୋଳନ କରାଯାଉଛି। ଗୁଗୁଲ୍ ପ୍ଲେ-ଷ୍ଟୋର୍‌ରେ ଟିକଟକର ରେଟିଙ୍ଗ ୪.୫ ରୁ ୧.୬ କୁ ଖସି ଆସିଛି।
ସବୁଠାରୁ ଖାସ୍ କଥା ହେଉଛି ଟିକଟକର ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଭାରତରେ ଏକ ସ୍ୱଦେଶୀ ଆପ୍ ଲଞ୍ଚ ହୋଇଛି। ଯାହାର ନାମ ମିଟ୍ରନ୍ ରଖାଯାଇଛି । ବିଶେଷ କଥା ହେଉଛି ବହୁ ସଂଖ୍ୟକ ଲୋକ ଏହାକୁ ଡାଉନଲୋଡ୍ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦ ଲକ୍ଷରୁ ଅଧିକ ଲୋକ ଏହି ଆପ୍ ଡାଉନଲୋଡ୍ କରିସାରିଛନ୍ତି। ରିପୋର୍ଟ ଅନୁଯାୟୀ, ମିଟ୍ରନ୍ ଆପକୁ ଆଇଆଇଟି ରୁରକୀର ଛାତ୍ର ଶିଭଙ୍କ୍ ଅଗ୍ରଓ୍ୱାଲ ପ୍ରସ୍ତୁତ କରିଛନ୍ତି।
ପ୍ରଥମ ଦେଖାରେ, ମିଟ୍ରନ୍ ଆପ୍ ଆପଣଙ୍କୁ ଟିକଟକ୍ ପରି ଦେଖାଯିବ । ଗୁଗୁଲ୍ ପ୍ଲେ ଷ୍ଟୋରରେ ମିଟ୍ରନ୍ ଆପ୍ ଟପ୍ -୧୦ ତାଲିକାରେ ସ୍ଥାନିତ ହୋଇଛି। ଯଦିଓ ଏହି ଆପରେ ଆପଣ ଟିକଟକରେ ଥିବା ସମସ୍ତ ଫିର୍ଚର ପାଇପାରିବେ ନାହିଁ। ମାତ୍ର ଏହି ଆପ୍ ପ୍ଲେ-ଷ୍ଟୋରରେ ୪.୭ ରେଟିଂ ପାଇଛି। ଏଥିରେ ଅନେକ ଟୁଲସ୍ ଓ ଫିଲଟରସ୍ ରହିଛି । ଏହି ଆପ୍‌ର ସାଇଜ୍ ହେଉଛି ମାତ୍ର ୮ ଏମବି । ଏହା ପ୍ଲେ-ଷ୍ଟୋରରେ ଉପଲବ୍ଧ । ଏହାକୁ ଆଣ୍ଡ୍ରଏଡ୍ ୫.୦ ବା ଅଧିକ ଭର୍ସନ୍ ସ୍ମାର୍ଟଫୋନରେ ବ୍ୟବହାର କରିହେବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories