www.samajalive.in
Saturday, December 6, 2025
26.1 C
Bhubaneswar

ସୀମା ବିବାଦ ଖାଲି ବାହାନା: ଭାରତର ଆର୍ଥିକ ଓ ଆନ୍ତର୍ଜାତିକ ଅଭ୍ୟୁଦୟକୁ ସହି ପାରୁନାହିଁ ଚୀନ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଲଦାଖ ଅଞ୍ଚଳରେ କିଛି ଦିନ ଧରି ସୀମା ବିବାଦ ଉଗ୍ର ହୋଇଥିବା ବେଳେ ଏହା ପଛର ବିଭିନ୍ନ କାରଣକୁ ନେଇ ଚର୍ଚା ଆରମ୍ଭ ହୋଇଛି। ବିଶେଷ କରି ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ଶତ୍ରୁତା ଓ ବାଣିଜ୍ୟିକ ଗତିରୋଧକୁ ଏହାର ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ମଇମାସ ପ୍ରଥମ ସପ୍ତାହରୁ ଲଦାଖ ଅଂଚଳରେ ଚୀନ ଓ ଭାରତୀୟ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ଚୀନ ସୈନ୍ୟ ଭାରତୀୟ କ୍ଷେତ୍ରକୁ ଲଦାଖର ୩ଟି ସ୍ଥାନରେ ପ୍ରବେଶ କରିଥିବା ବେଳେ ଭାରତୀୟ ସୈନ୍ୟ ଏହାର ପ୍ରତିବାଦ କରିଛନ୍ତି। ଉଭୟ ଦେଶର ସେନାଙ୍କ ମଧ୍ୟରେ ଏହି ବିବାଦ ଲାଗି ରହିଛି। ଇତି ମଧ୍ୟରେ ସୀମାରେ ​‌ବହୁ ସଂଖ୍ୟାରେ ସୈନ୍ୟ ଓ ଆନୁସଂଗିକ ସାମଗ୍ରୀ ଠୁଳ କରି ଚୀନ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଭାରତ ପକ୍ଷରୁ ମଧ୍ୟ ଅନୁରୂପଭାବେ ପଦକ୍ଷେପ ନିଆଯାଇଛି। ଏହି ସୀମା ବିବାଦର ବିଭିନ୍ନ କାରଣକୁ ନେଇ ଏବେ ଚର୍ଚା ଚାଲିଛି। ଭାରତର ୯୦ ହଜାର ବର୍ଗ କିଲୋମିଟର ଅଂଚଳ ଭାରତ ଦଖଲ କରିଥିବା ଚୀନ ଦାବି କରୁଥିବା ବେଳେ ଚୀନ ୧୫ ହଜାର କିଲୋମିଟର ଅଂଚଳ ଦଖଲ କରିଥିବା ଭାରତ କହିଛି। ଏହି ବିବାଦର ସମାଧାନ ପାଇଁ ବିଭିନ୍ନ ସମୟରେ ବାର୍ତାଳାପ ହୋଇଥିଲେ ମଧ୍ୟ ସମାଧାନ ହୋଇପାରି ନାହିଁ। ସୀମା ବିବାଦ ସମାଧାନ ପାଇଁ ୧୯୫୦ ମସିହାରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଥିବା ବେଳେ ୧୯୬୨ରେ ଯୁଦ୍ଧ ଯୋଗୁ ଏହା କିଛି ଦଶନ୍ଧି ଧରି ପ୍ରଭାବିତ ହୋଇଥିଲା। ୧୯୯୩ରେ ଏ ନେଇ ଚୁକ୍ତି ହୋଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ୨୦ ରାଉଣ୍ଡ ଆଲୋଚନା ପରେ ମଧ୍ୟ ସମାଧାନ ହୋଇପାରିନାହିଁ। ସମାଧାନ ନ ହୋଇପାରିବାର କାରଣ ପଛରେ ରହିଛି ଅନ୍ୟାନ୍ୟ କାରଣ। ଭାରତର କାଶ୍ମୀର ମାମଲରେ ଚୀନ ପାକିସ୍ତାନକୁ ସମର୍ଥନ କରୁଥିବା ଆନ୍ତର୍ଜାତୀୟ ସ୍ତରରେ ଭାରତର ଅଗ୍ରଗତିକୁ ମଧ୍ୟ ବିରୋଧ କରୁଛି। ଭାରତ ପିଓକେ ଦେଇ ଚୀନ କରୁଥିବା ରାସ୍ତାକୁ ଭାରତ ବିରୋଧ କରିବା ଚୀନ ବିରୋଧୀ ରାଷ୍ଟ୍ରଙ୍କ ସହ ସଂପର୍କ ବୃଦ୍ଧି କରୁଛି। କିନ୍ତୁ ପ୍ରମୁଖ କାରଣ ହେଉଛି ଅର୍ଥନୈତିକ ଗତିରୋଧ ଓ ବାଣିଜ୍ୟିକ କାରବାର। ଭାରତରେ ଚୀନର ବ୍ୟବସାୟ ବୃଦ୍ଧି ପାଉଥିବା ବେଳେ ଚୀନରେ ଟ୍ୟାକ୍ସ ବୃଦ୍ଧି ଯୋଗୁ ଭାରତର ବ୍ୟବସାୟ କମ ରହିଛି। ଏହାକୁ ଦେଖି ଚୀନର ବ୍ୟବସାୟ ଭାରତରେ ହ୍ରାସ କରିବାକୁ ଯୋଜନା କରିବା ସହ ଆମେରିକା ଓ ଅନ୍ୟାନ୍ୟ ରାଷ୍ଟ୍ର ସହ ବ୍ୟବସାୟିକ ସଂପର୍କ ବୃଦ୍ଧି ପାଇଁ ଭାରତ ଯୋଜନା କରୁଛି। ବ୍ୟବସାୟ ହ୍ରାସକୁ ନେଇ ଚୀନ ସୀମା ବିବାଦ ସୃଷ୍ଟି କରୁଥିବା ଆଲୋଚନା ହେଉଛି।

- Advertisement -

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories