www.samajalive.in
Monday, December 8, 2025
20.1 C
Bhubaneswar

ସାନିଟାରୀ ନାପକିନ୍‌ର ବ୍ୟବହାର ନେଇ ସଚେତନତା ସୃଷ୍ଟି

ଭୁବନେଶ୍ୱର : ମହିଳା ଓ ଯୁବତୀ ମାନଙ୍କର ଋତୁସ୍ରାବ ସଂକ୍ରାନ୍ତିୟ ଅନ୍ଧବିଶ୍ୱାସକୁ ଦୂର କରିବା, ପରିଷ୍କାର ଓ ପରିଚ୍ଛନ୍ନତାକୁ ଅଧିକ ପ୍ରାଧାନ୍ୟ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ବେଚ୍ଛାସେବୀ ସଂଗଠନ ଆକ୍ସନ୍ଏଡ୍, ହେୱଲେଟ୍ ଫାଉଣ୍ଡେସନ ଓ ସିସିଡବ୍ଲୁଡିର ମିଳିତ ପ୍ରୟାସରେ ସହରାଞ୍ଚଳର ବସ୍ତି ଅଞ୍ଚଳରେ ବସବାସ କରୁଥିବା ମହିଳା ଓ ଯୁବତୀମାନଙ୍କୁ ସମ୍ମାନଜନକ ଭାବେ ବଞ୍ଚିବା ପାଇଁ ୧୩ ଗୋଟି ବସ୍ତିରେ ୩୩୦ ଗୋଟି ଡିଗିନିଟି କିଟ୍ ବିତରଣ କରାଯାଇଛି। ଉକ୍ତ କିଟ୍‌ରେ ସାନିଟାରୀ ନାପ୍କିନ୍, ସାବୁନ୍ ଓ ସାନିଟାଇଜର ରହିଛି। ବିଶେଷ କରି ସାନିଟାରୀ ନାପ୍କିନର ବ୍ୟବହାର, ସାବୁନରେ ହାତ ଧୋଇବା ଅଭ୍ୟାସ ଉପରେ ସଚେତନତା କରାଯାଇଛି। ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରାଯାଇ ଏହା ବିତରଣ କରାଯାଇଥିଲା। ଏଥିରେ ଆକ୍ସନ୍ଏଡ୍‌ର ଲୋପାମୁଦ୍ରା ବେହେରା, ସୁଦେଷ୍ଣା ମିଶ୍ର, ସିସିଡବ୍ଲୁଡିର ସଂପାଦକ ସଦାଶିବ ସ୍ୱାଇଁଙ୍କ ସମେତ ଭୁବନେଶ୍ୱର ୟଙ୍ଗ୍ ଅର୍ବାନ୍ ୱମେନ୍ ଫୋରମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories