ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ବ୍ଳକ କାର୍ଯ୍ୟାଳୟ ଠାରୁ ୫ଶହ ମିଟର ଦୂର ଖଡ଼ିଆଳ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବଙ୍ଗୋମୁଣ୍ଡା ଆମ୍ବେଦକର ନଗରର କିଶୋର ହିଆଲ(୫୫ ସବୁ ଦିନ ପରି ଆଜି ମଧ୍ୟ ଭୋର ସମୟରେ ଖଡ଼ିଆଳ ରାସ୍ତାରେ ବୁଲିବାକୁ ଯାଉଥିବାବେଳେ ଖଡ଼ିଆଳ ରାସ୍ତାରେ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।



