www.samajalive.in
Wednesday, December 10, 2025
16.1 C
Bhubaneswar

ବୁଦ୍ଧିମାନ୍ ଜାପାନବାସୀ

ସ୍ବାସ୍ଥ୍ୟ ପ୍ରତି ଅନ୍ୟ ରାଷ୍ଟ୍ରବାସୀଙ୍କ ତୁଳନାରେ ସଚେତନ ଜାପାନବାସୀ କରୋନା ଭାଇରସ୍‌‌ ବାବଦରେ ମଧ୍ୟ ସତର୍କ ଅଛନ୍ତି। ବିଶ୍ବ ଗଣମାଧ୍ୟମରେ ସେମାନଙ୍କ ଖବର ନିୟମିତ ପ୍ରକାଶିତ ହେଉଛି। ସରକାର ଏଇ ଭାଇରସ୍‌ ବ୍ୟାପିବାର ଆରମ୍ଭ ଦିନରୁ କୌଣସି କଡ଼ାକଡ଼ି ନିୟମ ପ୍ରଣୟନ କରିବା ପରିବର୍ତ୍ତେ ବରଂ ଜନସାଧାରଣଙ୍କୁ ବିଜ୍ଞାପନ ମାଧ୍ୟମରେ ସଚେତନ କରାଇଥିଲା। ଏହା କରୋନାକୁ ହରାଇବାର ପ୍ରମୁଖ ଅସ୍ତ୍ର ଥିଲା କହିଲେ ଭୁଲ ହେବନାହିଁ। କିଛି ଦିନ ତଳେ ସେଠା ରେସ୍ତୋରାଁର ଏକ ଫଟୋ ବିଭିନ୍ନ ସୋସିଆଲ୍ ସାଇଟ୍‌ରେ ବାରମ୍ବାର ଶେୟାର କରାଯାଇଥିଲା। ଲୋକେ ରେସ୍ତୋରାଁରେ ବସି ଖାଇବାବେଳେ ସାମଜିକ ଦୂରତ୍ବ ଗୁରୁତ୍ବ ଦେବା ସହ ମୁହଁରେ ମାସ୍କ ପିନ୍ଧିବାକୁ ପ୍ରାଧାନ୍ୟ ଦେଉଛନ୍ତି। ଟୋକିଓର ଜନୈକ ସାମଜିକ କର୍ମୀ ହୁଇ ସିନାଓଙ୍କ ମତରେ ଦେଶବାସୀଙ୍କ ବୁଦ୍ଧିମତ୍ତା ପାଇଁ ଜାପାନ ସରକାର ଗର୍ବିତ। ରୋଗ ସହ ଲଢ଼ିବାର ମାଧ୍ୟମ ସେମାନେ ଜାଣିପାରିଥିଲେ। ଲକ୍-ଡାଉନ୍ କରିବା ପରିବର୍ତ୍ତେ ଅନ୍ୟାନ୍ୟ ପଦକ୍ଷେପମାନ ନିଆଯାଇଥିଲା। ଜାପାନରେ କରୋନା ଆକ୍ରାନ୍ତ ରୋଗୀ ଥିବା ସହ ୮୦୦ଜଣ ଲୋକ ମୋଟ୍ ପ୍ରାଣ ମଧ୍ୟ ହରାଇଛନ୍ତି। ରୋଗ କିନ୍ତୁ ଏହାର ପ୍ରଭାବ ବିସ୍ତାର କରିପାରିନାହିଁ। ବର୍ତ୍ତମାନ ଏଇ ରାଷ୍ଟ୍ର ସମଗ୍ର ବିଶ୍ବରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories