www.samajalive.in
Sunday, December 7, 2025
26.1 C
Bhubaneswar

ଟ୍ରମ୍ପଙ୍କ ମଧ୍ୟସ୍ଥତାକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ : ସୀମା ବିବାଦ ପ୍ରସଙ୍ଗରେ ଚୀନର ନରମ ଆଭିମୁଖ୍ୟରେ ଭାରତ କୌଣସି ପ୍ରକାର ପ୍ରଭାବିତ ନୁହେଁ ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଭାରତ ସେନା କହିଛି ଯେ ଚୀନର ନରମ ମନୋଭାବ ସତ୍ତ୍ବେ ସୀମାରେ ସାମରିକସ୍ଥିତିର ସମୀକ୍ଷା କରାଯାଇଛି। ସୀମାରେ ଠୁଳ ହୋଇଥିବା ଭାରତ ସେନା କୌଣସି ପରିସ୍ଥିତିରେ ପଛକୁ ହଟିବାର ନାହିଁ। ବରଂ ଚୀନ ଏହାର ସେନାକୁ ନିଃସର୍ତ୍ତରେ ପ୍ରତ୍ୟାହାର କରିବାକୁ ପଡିବ। ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ସୃଷ୍ଟି ହୋଇଥିବା ବିବାଦକୁ ଚୀନ ଏଡାଇ ଯିବାକୁ ଚେଷ୍ଟା କରିଛି। ସୀମାରେ ସେପରି କୌଣସି ବିବାଦ ନଥିବା ଚୀନ କହିଛି। ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ବୁଧବାର କହିଥିଲେ ଯେ ସୀମାନ୍ତ ଅବସ୍ଥା ସ୍ଥିର ରହିଛି। ସୀମା ପ୍ରସଙ୍ଗରେ ଚୀନର ଆଭିମୁଖ୍ୟ ସ୍ପଷ୍ଟ ଓ ଅପରିବର୍ତ୍ତିତ ରହିଛି। ପୂର୍ବରୁ ରହିଥିବା କେତେକ ବିବାଦକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବାକୁ ପ୍ରୟାସ ଚାଲିଛି। ଚୀନ ଏପରି ନରମ ମନୋଭାବ ପୋଷଣ କରି ବିବାଦକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିବାବେଳେ ଭାରତ ଏହାର କଠୋର ଆଭିମୁଖ୍ୟ ବଳବତ୍ତର ରଖିଛି।

ଅନ୍ୟପଟେ ସୀମା ବିବାଦ ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ଉତ୍ତର ଦେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତ ଉଦ୍ୟମ ଚଳାଇଛି। ତେଣୁ ଏଥିରେ କୌଣସି ମଧ୍ୟସ୍ଥତାର ଆବଶ୍ୟକତା ନାହିଁ। ଅନଲାଇନ ସାମ୍ବାଦିକ ସମ୍ମିଳନୀରେ ଶ୍ରୀବାସ୍ତବ କହିଛନ୍ତି ଭାରତର ସାର୍ବଭୌମତ୍ବକୁ ଅକ୍ଷୁଣ୍ଣ ରଖିବା ଲାଗି ନୂଆଦିଲ୍ଲୀ ଦୃଢ ନିଶ୍ଚିତ। ସୀମା ବିବାଦକୁ ସମାଧାନ ଲାଗି ଉଭୟ ଦେଶ ସାମରିକ ଓ କୂଟନୈତିକସ୍ତରରେ ଏକ ବ୍ୟବସ୍ଥା ଆପଣାଇଛନ୍ତି। ମିଳିତ ବ୍ୟବସ୍ଥା ଦ୍ବାରା ଆପଣାଯାଇଥିବା ପ୍ରକ୍ରିୟାକୁ ଭାରତର ସୈନିକମାନେ କଡାକଡି ପାଳନ କରିବେ। ସେ କହିଛନ୍ତି ଯେ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଦୁଇଦେଶ ୧୯୯୩ ପରଠାରୁ ୫ଟି ଦ୍ବିପାକ୍ଷିକ ବୁଝାମଣା କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories