ନବରଙ୍ଗପୁର : ନବରଙ୍ଗପୁର ଜିଲା ବଡକୁମୁଲି ଗ୍ରାମରେ ବଜ୍ରପାତ ଘଟି ଶନିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ସେହି ଗ୍ରାମର ସୁକୃ ଗୌଡ଼ (୬୦) ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଆଜି ସକାଳେ ବର୍ଷା ହେବାରୁ ସୁକୃ ଅମଳ କରିଥିବା ମକାକୁ ପଲିଥିନ ଘୋଡାଇବାକୁ ମକାଖୋଳାକୁ ଯାଇଥିଲେ। ମକା ଘୋଡାଉ ଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ବଜ୍ରପାତରେ ସୁକୃ ଘଟଣାସ୍ଥଳରେ ଟଳି ପଡିଥିଲେ। ପରିବାର ଲୋକେ ତୁରନ୍ତୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିବାରେ ଡେରି ହେବାରୁ ଏକ ଅଟୋ ଯୋଗେ ସୁକୃଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।



