www.samajalive.in
Sunday, December 7, 2025
23.1 C
Bhubaneswar

ପାଣି ଟାଙ୍କିରେ ୩୦ ମାଙ୍କଡ଼ଙ୍କ ମୃତଦେହ, ୨ ଶହ ପରିବାର ପିଉଛନ୍ତି ପାଣି

ଡେସ୍କ: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ବୁଧବାର ଏକ ପାଣି ଟାଙ୍କିରୁ ପ୍ରାୟ ୩୦ଟି ମାଙ୍କଡ଼ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନନ୍ଦିକୋଣ୍ଡା ପୌରପାଳିକା ଅଧୀନ ନାଗାର୍ଜୁନ ସାଗର ନିକଟରେ ଥିବା ପାଣି ଟାଙ୍କିରୁ ପୌର କର୍ମଚାରୀମାନେ ୩୦ଟି ମାଙ୍କଡ଼ଙ୍କ ମୃତଦେହ ବାହାର କରିଛନ୍ତି।

ଏହି ବିବାହ କାର୍ଡ ଦେଖିଲେ ଲାଗିବ ଝଟ୍‌‌କା; ପଢିଲେ ଉଡିବ ହୋସ୍‌‌, ହେଉଛି ଭାଇରାଲ..

- Advertisement -

ହିଲ୍ କଲୋନିର ପ୍ରାୟ ୨୦୦ ପରିବାରକୁ ପାନୀୟ ଜଳ ଯୋଗାଣ ପାଇଁ ଏହି ପାଣି ଟାଙ୍କି ବ୍ୟବହାର କରାଯାଉଥିଲା। ଅନୁମାନ କରାଯାଉଛି ଯେ ପ୍ରବଳ ଗରମ ଯୋଗୁଁ ମାଙ୍କଡ଼ମାନେ ପାଣି ପିଇବା ପାଇଁ ଆଜବେଷ୍ଟସ ଦେଇ ଟାଙ୍କି ଭିତରକୁ ପଶିଥାଇପାରନ୍ତି କିନ୍ତୁ ବାହାରକୁ ନ ଆସି ପାରି ବୁଡ଼ି ଯାଇ ସେମାନଙ୍କର ମୃତ୍ୟୁ ଘଟିଛି।

ମୋବାଇଲ୍‌ ବ୍ୟବହାରକାରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି; ବନ୍ଦ ହେବ କଲ୍‌ ଫରୱାର୍ଡିଂ ସେବା

ଏତେ ସଂଖ୍ୟକ ମାଙ୍କଡ଼ଙ୍କ ମୃତଦେହ ମିଳିବା ପରେ ସେମାନେ ସେହି ପାଣି ପିଉଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କ’ଣ ପ୍ରଭାବ ପଡୁଛି ତାହାକୁ ନେଇ ଅଞ୍ଚଳବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ସେହି ପାଣି ପିଇବା ପାଇଁ ଯୋଗାଇ ଦିଆଯାଉଥିବା ବେଳେ ୧୦ ଦିନ ତଳେ ମାଙ୍କଡ଼ଙ୍କ ମୃତ୍ୟୁ ହୋଇଥିବା ସେମାନେ ସନ୍ଦେହ କରୁଛନ୍ତି। ପୌର ଅଧିକାରୀଙ୍କ ଅବହେଳା ପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

୨୦ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ଶିଶୁ

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories