www.samajalive.in
Friday, December 5, 2025
26.1 C
Bhubaneswar

ଏହି ବିବାହ କାର୍ଡ ଦେଖିଲେ ଲାଗିବ ଝଟ୍‌‌କା; ପଢିଲେ ଉଡିବ ହୋସ୍‌‌, ହେଉଛି ଭାଇରାଲ..

ଜୟପୁର : ଭାରତୀୟ ପରମ୍ପରା ଅନୁଯାୟୀ, ବିବାହ କୌଣସି ପର୍ବ ପର୍ବାଣି ଠାରୁ କମ୍‌‌ ନୁହେଁ। ପ୍ରତ୍ୟେକ ପରିବାର ପାଇଁ ଏହା ଏକ ସ୍ୱପ୍ନ। ବେଶ ଧୂମଧାମରେ ଏହାର ପାଳନ କରାଯାଏ। ଅନେକ ପରିବାର ଲୋକେ ନିଜ ଜୀବନଯାକର ପୁଞ୍ଜି ବିନିଯୋଗ କରି ବିବାହ କାର୍ଯ୍ୟ ସମ୍ପାଦନ କରି ଥାଆନ୍ତି। ବିବାହରେ ଲୋକେ ନିଜର ସମ୍ପର୍କୀୟ,ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣ କରି ଥାଆନ୍ତି।

ବିବାହ ଲୋକେ ଏକାଠି ହେବାର ଏକ ଶୁଭ ସମୟ। ବିବାହରେ ନିମନ୍ତ୍ରଣ କରିବା ପାଇଁ ଲୋକେ ଅନେକ ଦାମୀ ସହ ଭଳିକି ଭଳି ବିବାହ କାର୍ଡ ତିଆରି କରାଇ ଥାଆନ୍ତି। ମାତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ବିବାହର ଏଭଳି ଏକ କାର୍ଡ ଭାଇରାଲ ହେଉଛି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିବାହ କାର୍ଡ ବିକାନେରର ଏକ ପରିବାର ଦ୍ୱାରା ଛପାଯାଇଛି। ଏହି କାର୍ଡ ଖୁବ୍‌‌ ମହଙ୍ଗା ବୋଲି ଭାଇରାଲ୍‌‌ ହେଉ ନାହିଁ ବରଂ ଏହାର କାରଣ ଜାଣି ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ବର୍ତ୍ତମାନ ସମୟରେ ଏକ ପରିବାର ପ୍ରଥା ଚାଲୁଥିବା ବେଳେ ଏହି କାର୍ଡ ଅନେକ ପରିବାର ଏକାଠି ହୋଇ ଛପାଇଛନ୍ତି। ଏହି ପରିବାରରେ ୧୭ ଭାଇ,ଭଉଣୀଙ୍କ ବିବାହ ହୋଇଛି। ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଏହି ଘଟଣା ବିକାନେରର ନାଖା କ୍ଷେତ୍ରରୁ ଆସିଛି। ଏଠାକାର ପରିବାର ୧୭ ଦମ୍ପତିଙ୍କ ବିବାହ ଏକା ସହ କରିଛନ୍ତି। ପରିବାର ଯେଉଁ କାର୍ଡ ଛପାଇଥିଲେ, ସେଥିରେ ସଭିଁଙ୍କ ନାମ ଉଲ୍ଲେଖ ଥିଲା।

- Advertisement -

ସମ୍ପୂର୍ଣ୍ଣ କାର୍ଡଟି ବର-କନ୍ୟାଙ୍କ ନାମରେ ହିଁ ପୂର୍ଣ୍ଣ ହୋଇ ଯାଇଥିଲା। ଏହି ପରିବାର ଦୁନିଆ ନଜରରେ ଏକ ଉଦାହରଣ ଆଣିବାକୁ ଚାହୁଁଥିଲେ। ପରିବାରର ସଦସ୍ୟ କହିଛନ୍ତି ଏଭଳି କରିବା ଦ୍ୱାରା ବିବାହରେ ହେଉଥିବା ଖର୍ଚ୍ଚ କମ୍‌‌ ହେବା ସହ କାର୍ଡ ଖର୍ଚ୍ଚ ମଧ୍ୟ କମ୍‌‌ ହୋଇଥାଏ। ୧୭ଟି ବିବାହ ପାଇଁ ଛପା ଯାଇଥିବା ଏହି କାର୍ଡ ସୋସିଆଲ ମିଡିଆରେ ଖୁବ୍‌‌ ଭାଇରାଲ୍‌‌ ହେଉଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories