www.samajalive.in
Tuesday, December 9, 2025
17.1 C
Bhubaneswar

୨୦୧୮ ବଦଳାଇଲା ସାରାଙ୍କ ଜୀବନ : କେଦାରନାଥ ଓ ସିମ୍ବା ପରେ ‘ବାଗୀ-୩’ !

ମୁମ୍ବଇ :ବର୍ଷ ୨୦୧୮ ସାରା ଅଲ୍ଲୀ ଖାନଙ୍କ ପାଇଁ ବେଶ୍ ଶୁଭପ୍ରଦ ସାବ୍ୟସ୍ତ ହୋଇଛି। ଚଳିତ ମାସ ୭ ତାରିଖରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘କେଦାରନାଥ’ ମାଧ୍ୟମରେ ସେ ବଲିଉଡ଼ରେ ପାଦ ଥାପିଛନ୍ତି। ତେବେ ସାରା ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସିମ୍ବା’ର ପ୍ରଚାରରେ ବ୍ୟସ୍ତ ଥିବା ବେଳେ ତାଙ୍କ ହାତରେ ଆଉ ଏକ ଅଫର୍ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସାଜିଦ ନାଡିଓ୍ବାଡଓ୍ବାଲାଙ୍କ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବାଗୀ-୩’ ପାଇଁ ସାରାଙ୍କୁ ନାୟିକା ଭାବେ ଚୟନ କରିଛନ୍ତି। ସାରା ଏହି ଚଳଚ୍ଚିତ୍ରରେ ଟାଇଗର ଶ୍ରଫଙ୍କ ସହ ଅଭିନୟ କରିବାର ସମ୍ଭାବନା ରହିଛି। ହେଲେ ସାରା ଏହି ଚଳଚ୍ଚିତ୍ର କରିବା ପାଇଁ ରାଜି ହୋଇଛନ୍ତି କି ନାହିଁ ତା’ର କୌଣସି ବିଧିବଧ ଘୋଷଣା ହୋଇନାହିଁ।

ସୂଚନା ଅନୁସାରେ, କିଛିଦିନ ହେବ ସାରାଙ୍କୁ ସାଜିଦଙ୍କ ଅଫିସ ବାହାରେ ଦେଖିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଉଛି ସେ ସାଜିଦଙ୍କ ଆଗାମୀ ଚଳଚ୍ଚିତ୍ର ‘ବାଗୀ-୩’ରେ ସେ ଅଭିନୟ କରିପାରନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories