www.samajalive.in
Saturday, December 6, 2025
15.1 C
Bhubaneswar

ବିଧାନସଭା ଗଲେ ଏକତା କପୁର, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

ସମାଜ ଡିଜିଟାଲ ଡେସ୍କ: ହିନ୍ଦୀ ଚଳଚ୍ଚିତ୍ର ଓ ଧାରାବାହିକ ଜଗତର ଲୋକପ୍ରିୟ ପ୍ରଯୋଜିକା ତଥା ନିର୍ଦେଶିକା ଏକତା କପୁର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ମଙ୍ଗଳବାର ସେ ଓଡ଼ିଶା ଆସି ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ରାଜ୍ୟ ସରକାର ତାଙ୍କ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ କର ଛାଡ଼ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ଏକତା। ଏଥିସହ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କୁ ଚଳଚ୍ଚିତ୍ରଟି ଦେଖିବାକୁ ଅନୁରୋଧ କରଛନ୍ତି। ଏହାପରେ ସେ ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

ସୂଚନାଯୋଗ୍ୟ, ନଭେମ୍ବର ୧୫ ତାରିଖରେ ମୁକ୍ତିଲାଭ କରିଥିବା ‘ଦି ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର ସତ୍ୟ ଘଟଣା ଉପରେ ଆଧାରିତ। ୨୦୦୨ ମସିହା ଫେବୃଆରୀ ୨୭ ତାରିଖରେ ଘଟିଥିବା ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ନଭେମ୍ବର ୨୮ରେ ଓଡ଼ିଶା ସରକାର ଏହାକୁ କର ମୁକ୍ତ ଘୋଷଣା କରିଛନ୍ତି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories