www.samajalive.in
Sunday, November 16, 2025
15.1 C
Bhubaneswar

ସମଗ୍ର ଶିକ୍ଷା ଅନୁଦାନ ପାଣ୍ଠି ବିନିଯୋଗର ସମୀକ୍ଷା

ପିପିଲି : ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବିଦ୍ୟାଳୟମାନଙ୍କୁ ପ୍ରଦାନ କରାଯାଉଥିବା ସମଗ୍ର ଶିକ୍ଷା ପାଣ୍ଠିର ସୁବିନିଯୋଗ ସଂପର୍କରେ ବିଭାଗୀୟ ହିସାବ ସମୀକ୍ଷା କରାଯାଇଛି । କଟକ ସ୍ଥିତ ରିଜିଓନାଲ ଡାଇରେକ୍ଟର ଅଫିସର ଏକାଉଣ୍ଟ ଅଧିକାରୀ ପ୍ରତିଭା ମଲ୍ଲିକ, ପିପିଲି ମଣ୍ଡଳ ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ପିପିଲି ନୋଡାଲ ହାଇସ୍କୁଲ, ଜବାହର ବିଦ୍ୟାପୀଠ, ଗୋବିନ୍ଦପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ, ପିପିଲି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମଧୁପୁର ସ୍ଥିତ ବାପୁଜୀ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହରିଅନ୍ତା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କରିବା ସହ ୨୦୨୩-୨୪ ଆର୍ଥିକ ବର୍ଷରେ ମିଳିଥିବା ସମଗ୍ର ଶିକ୍ଷା ଅନୁଦାନର ବିନିଯୋଗ ତଥ୍ୟର ସମୀକ୍ଷା କରିଥିଲେ। ଏଥିସହ ସେ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଥିଲେ। ଏଥିରେ ପିପିଲି ବିଇଓ ରବିନ୍ଦ୍ରନାଥ ନନ୍ଦ, ଏବିଇଓ ସାହେବ ପାତ୍ର, ବିଇଓ କାର୍ଯ୍ୟାଳୟ ହିସାବ ରକ୍ଷକ ଶ୍ରୀନିବାସ ମହାପାତ୍ର, ସିଆର୍‍ସିସି ଚିନ୍ତାମଣୀ ଓଝା, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ ।

୨୫ ରୁ ୪୫ ବୟସ ମଧ୍ୟରେ ଖୁବ୍‌ ଧନ ରୋଜଗାର କରନ୍ତି, ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି..

ସୂର୍ଯ୍ୟ କରିବେ ଚଳନ; ମେଷ ସମେତ ଏହି ରାଶି ହେବେ ଭାଗ୍ୟଶାଳୀ, ହେବେ ମାଲାମାଲ୍‌, ହେବ ବିବାହ..

- Advertisement -

୮୪ ଦିନ ପାଇଁ.. ଜିଓର ସବୁଠାରୁ ଶସ୍ତା ପ୍ଲାନ୍‌, ମିଳିବ ଅନେକ ସୁବିଧା

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories