ସୂର୍ଯ୍ୟ କରିବେ ଚଳନ; ମେଷ ସମେତ ଏହି ରାଶି ହେବେ ଭାଗ୍ୟଶାଳୀ, ହେବେ ମାଲାମାଲ୍‌, ହେବ ବିବାହ..

ଡିସେମ୍ବର ମାସରେ ସୂର୍ଯ୍ୟ ଗ୍ରହ ଚଳନ କରିବେ । ସୂର୍ଯ୍ୟ ଦେବତା ଏହି ମାସରେ ଧନୁ ରାଶିରେ ଚଳନ କରିବେ । ଏହାକୁ ଧନୁ ସଂକ୍ରାନ୍ତି ବୋଲି କୁହାଯାଏ । ଏହାସହ ଏହି ମାସରେ ଶୁକ୍ର ଓ ମଙ୍ଗଳଙ୍କ ମଧ୍ୟରେ ଏକ ବିଶେଷ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଯୋଗର ଶୁଭ ପ୍ରଭାବ ବିଶେଷ ଭାବେ ମେଷ, ସିଂହ ସମେତ ୫ ରାଶି ବ୍ୟକ୍ତି ବିଶେଷଙ୍କର କର୍ମକ୍ଷେତ୍ରରେ ସଫଳତା, ମାଙ୍ଗଳିକ କାର୍ଯ୍ୟରେ ଯୋଗ ବିିଭିନ୍ନ କ୍ଷେତ୍ରରେ ଉନ୍ନତି ମିଳିବାର ଯୋଗ ରହିଛି । ଏହି ସପ୍ତାହ ଠାରୁୁ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭ ଓ ସୌଭାଗ୍ୟର ବୃଦ୍ଧି ମଧ୍ୟ ହେବ । ଜାଣନ୍ତୁ ଡିସେମ୍ବର ମାସରେ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ..

ମେଷ – ଏହି ରାଶିଙ୍କ ପାଇଁ ଡିସେମ୍ବର ମାସ ଖୁବ୍‌ ଶୁଭଙ୍କର । କାମରେ ଇଚ୍ଛା ଅନୁଯାୟୀ, ଫଳ ଓ ସଫଳତା ପ୍ରାପ୍ତି ହେବ । ମାନ-ସମ୍ମାନ ବୃଦ୍ଧି ହେବ । ବ୍ୟବସାୟୀ ଲାଭବାନ୍‌ ହେବେ । ଭୂମି ଓ ସମ୍ପତ୍ତି ମାମଲାରେ ଲାଭ ମିଳିବ । ବ୍ୟବସାୟ ବିସ୍ତାର ହେବା ସହ ଅନେକ ଲାଭ ମିଳିବ । ଶୁଭ ଖବର ମିଳିବ । ପରିବାର ଲୋକଙ୍କ ବିଶେଷ ସହଯୋଗ ମିଳିବ । ପ୍ରେମ ସମ୍ପର୍କରେ ସଫଳତା ସହ ଅବିବାହିତ ଯୁବକ ଯୁବତୀଙ୍କର ବିବାହର ଯୋଗ ରହିଛି । ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ ।

ସିଂହ – ସିଂହ ରାଶିଙ୍କ ପାଇଁ ଏହି ମାସ ଶୁଭ ଓ ସୌଭାଗ୍ୟ ନେଇ ଆସିବ । ପରିଶ୍ରମ କରି ସଫଳତା ପାଇବେ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଉଚ୍ଚ ପଦ ସହ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବ । ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ଲାଭବାନ୍‌ ହେବେ । ଅବିବାହିତ ଯୁବକ ଯୁବତୀଙ୍କର ବିବାହର ଯୋଗ ରହିଛି । ବିବାହିତ ଯୁବକ ଯୁବତୀଙ୍କୁ ଶୁଭ ଖବର ମିଳିବ । ଜୀବନସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ ।

୨୫ ରୁ ୪୫ ବୟସ ମଧ୍ୟରେ ଖୁବ୍‌ ଧନ ରୋଜଗାର କରନ୍ତି, ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି..

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭଫଳ ମିଳିବ । ସୁଖମୟ ସମୟ ପରିବାର ସଦସ୍ୟଙ୍କ ସହ ଅତିବାହିତ କରିବେ । ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟର ଆରମ୍ଭ ହୋଇପାରେ । ତୀର୍ଥ ସ୍ଥାନକୁ ଯାତ୍ରା କରି ପାରନ୍ତି । ମାନ-ସମ୍ମାନ ବୃଦ୍ଧି ସହ ଧନ ପ୍ରାପ୍ତି ହେବ । କୋର୍ଟ-କଚେରୀ ମାମଲାରେ ସଫଳତା ପାଇବେ ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଡିସେମ୍ବର ମାସ ସୌଭାଗ୍ୟଶାଳୀ ହେବ । ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଆୟରେ ବୃଦ୍ଧି ହେବ । ଅଧିକରୁ ଅଧିକ ଧନ ସଞ୍ଚୟ କରିବେ । ବ୍ୟବସାୟରେ ଖୁବ୍‌ ଲାଭ ହେବ । ପ୍ରେମ ସମ୍ପର୍କ ମଜଭୁତ ହେବା ସହ ବିବାହ ସ୍ଥିର ହେବ । ଜୀବନସାଥୀଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ ।

ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରାପ୍ତି ହେବ । କାମରେ ସଫଳତା ସହ ଯାତ୍ରା କରିବାର ମଧ୍ୟ ଯୋଗ ରହିଛି । ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ । ଅବିବାହିତ ଯୁବକ ଯୁବତୀଙ୍କର ବିବାହ ସ୍ଥିର ହୋଇପାରେ । ନୂଆ ଚାକିରି ମିଳିବାର ଯୋଗ ରହିଛି । ବ୍ୟବସାୟରେ ଖୁବ୍‌ ଲାଭ ମିଳିବ ।

Comments are closed.