www.samajalive.in
Saturday, December 6, 2025
19.1 C
Bhubaneswar

୩ବର୍ଷ.. ଦିନ ରାତି ଜଳୁଛି ଷ୍ଟ୍ରିଟ୍‍ ଲାଇଟ୍‍

ପିପିଲି : ପିପିଲି ପୌରାଞ୍ଚଳର ଅଧିକାଂଶ ଅଞ୍ଚଳରେ ଦିନରାତି ୨୪ ଘଣ୍ଟାକାଳ ଜଳୁଛି ଷ୍ଟ୍ରିଟ୍‍ ଲାଇଟ୍‍ । ଦିନେ କି’ ମାସେ ନୁହେଁ, ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ କାଳ ଧରି ଅଧିକାଂଶ ଷ୍ଟ୍ରିଟ୍‍ ଲାଇଟ୍‍ ଦିନରାତି ଜଳିବା ଫଳରେ ବିଦ୍ୟୁତ ଅପଚୟ ବୃଦ୍ଧି ପାଉଛି । ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧିମାନେ ପ୍ରତିଦିନ ଏହି ଦୃଶ୍ୟକୁ ଦେଖୁଥିଲେ ମଧ୍ୟ ସେମାନଙ୍କ ନିରବତାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି ।

୨୫ ରୁ ୪୫ ବୟସ ମଧ୍ୟରେ ଖୁବ୍‌ ଧନ ରୋଜଗାର କରନ୍ତି, ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି..

ସୂର୍ଯ୍ୟ କରିବେ ଚଳନ; ମେଷ ସମେତ ଏହି ରାଶି ହେବେ ଭାଗ୍ୟଶାଳୀ, ହେବେ ମାଲାମାଲ୍‌, ହେବ ବିବାହ..

- Advertisement -

ପିପିଲି ପୌରାଞ୍ଚଳ ଅନ୍ତର୍ଗତ ୧୬ଟି ୱାର୍ଡର ବିଭିନ୍ନ ଗଳିକନ୍ଦିରେ ଅଧିକାଂଶ ଷ୍ଟ୍ରିଟ୍‍ ଲାଇଟ୍‍ ଦିନରାତି ଜଳୁଛି । ପୌରାଞ୍ଚଳର ମୁଖ୍ୟରାସ୍ତା କଡରେ ଲାଗିଥିବା ଅଧିକାଂଶ ଷ୍ଟ୍ରିଟ୍‍ ଲାଇଟ୍‍ ମଧ୍ୟ ଦିନରାତି ୨୪ ଘଣ୍ଟା ଜଳୁଛି । ଏକ ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥା ପକ୍ଷରୁ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍‍ ଲାଇଟ୍‍ ପାଇଁ ସ୍ୱୟଂଚାଳିତ ଯନ୍ତ୍ର ଲଗାଯାଇଥିଲା । ଯାହାଦ୍ୱାରା ସଂନ୍ଧ୍ୟା ବେଳେ ନିର୍ଦ୍ଦିଷ୍ଟ ସମୟରେ ଉକ୍ତ ସ୍ୱୟଂଚାଳିତ ଯନ୍ତ୍ର ଦ୍ୱାରା ଷ୍ଟ୍ରିଟ୍‍ ଲାଇଟ୍‍ ଆପେଆପେ ଜଳୁଥିଲା ଓ ସକାଳେ ଆପେ ଲିଭୁଥିଲା । ତେବେ ଅଧିକାଂଶ ସ୍ୱୟଂଚାଳିତ ଯନ୍ତ୍ର ଇତି ମଧ୍ୟରେ ଖରାପ ହୋଇଯାଇଥିବା ବେଳେ ସେଗୁଡିକର ମରାମତି ଅଦ୍ୟାବଧି କରାଯାଇପାରିନାହିଁ । ଫଳରେ ପୌରାଞ୍ଚଳର ଅଧିକାଂଶ ଷ୍ଟ୍ରିଟ୍‍ ଲାଇଟ୍‍ ଦିନରାତି ଜଳୁଛି ।

୮୪ ଦିନ ପାଇଁ.. ଜିଓର ସବୁଠାରୁ ଶସ୍ତା ପ୍ଲାନ୍‌, ମିଳିବ ଅନେକ ସୁବିଧା


ହାଟଛକ ଠାରୁ ଡାକ୍ତରଖାନା ଛକ, ବ୍ଲକଛକ ଠାରୁ ଖଣ୍ଡିଆଗିରି ଛକ, ଚାନ୍ଦୁଆବଜାର ଛକ ଠାରୁ ପଣ୍ଡାବଜାର ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡରେ ୯୦ରୁ ଉର୍ଦ୍ଧ ଷ୍ଟ୍ରିଟ୍‍ ଲାଇଟ୍‍ ଦିନରାତି ଜଳୁଥିବା ବେଳେ ୧୬ଟି ୱାର୍ଡର ବିଭିନ୍ନ ସାହି ଓ ବସ୍ତିରେ ଲାଗିଥିବା ୨ଶହରୁ ଉର୍ଦ୍ଧ ଷ୍ଟ୍ରିଟ୍‍ ଲାଇଟ୍‍ ୨୪ ଘଣ୍ଟା କାଳ ଜଳୁଛି । ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ କାଳ ଏହି ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ ଦିଗରେ କାହାର ଆନ୍ତରିକତା ନଥିବା ଭଳି ମନେହେଉଛି । ଏଥିଯୋଗୁଁ ବିଦ୍ୟୁତ୍‍ ଲୋଡ୍‍ ବୃଦ୍ଧି ପାଉଥିବା ବେଳେ ଦୈନିକ ବହୁ ପରିମାଣରେ ବିଦ୍ୟୁତ୍‍ ଅପଚୟ ହେଉଛି । ଦିନକୁ ଦିନ ବିଜୁଳି ବୋଝ ବଢି ଚାଲିଥିବାବେଳେ ଏଭଳି ବିଦ୍ୟୁତ ଅପଚୟକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି । ଏ ସଂପର୍କରେ ପିପିଲି ପୌରାଧ୍ୟକ୍ଷ ସେକ୍‍ ବାବୁଙ୍କୁ ପଚାରିବାରେ ସେ କହିଥିଲେ ଯେ, ପିପିଲି ପୌରାଞ୍ଚଳରେ ଲାଗିଥିବା ଷ୍ଟ୍ରିଟ୍‍ ଲାଇଟ୍‍ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି । ଏ ସଂପର୍କରେ ଏନ୍‍ଏସି କାର୍ଯ୍ୟାଳୟ ପକ୍ଷରୁ ବାରମ୍ବାର ଉକ୍ତ ସଂସ୍ଥାକୁ ଅବଗତ କରାଯାଇଥିଲେ ମଧ୍ୟ ସେ ଏହି ସମସ୍ୟାର ସମାଧାନ କରିବାରେ କାଳବିଳମ୍ବ କରୁଛି । ତେବେ, ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପୌର କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories