www.samajalive.in
Monday, December 8, 2025
13.1 C
Bhubaneswar

୩ଟି ଭାଷାରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ‘ପରବ’

ଭୁବନେଶ୍ଵର: ଓଡିଆ ଫିଲ୍ମ ଜଗତକୁ ବଡ଼ ସଫଳତା । ୩ଟି ଭାଷାରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ‘ପରବ’। ଓଡ଼ିଆ ସିନେମା ଶିଳ୍ପରେ ଦୀର୍ଘବର୍ଷ ପରେ ‘ଦମନ’, ‘ପ୍ରତୀକ୍ଷା’ ଭଳି ଫିଲ୍ମ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣିଥିବା ବେଳେ ‘ପରବ’ ମଧ୍ୟ ଧମାକା କରିବାକୁ ପ୍ରସ୍ତୁତ ହେଉଛି । ଏହି ଫିଲ୍ମ ୩ଟି ଭାଷା ତଥା ଓଡ଼ିଆ, ହିନ୍ଦୀ ଓ ତେଲଗୁ ଭାଷାରେ ପରଦାକୁ ଆସିବ । କେବଳ ଏତିକି ନୁହେଁ ସିନେମା ହଲରେ ରିଲିଜ ପରେ ଏହି ଫିଲ୍ମ ଓଟିଟିରେ ମଧ୍ୟ ଆସିବ । ଯାହାକୁ ନେଇ ବଲିଉଡ ଜଣାଶୁଣା ପାନ-ଇଣ୍ଡିଆ ଷ୍ଟୁଡ଼ିଓ ‘ପାନୋରମା ଷ୍ଟୁଡ଼ିଓ’ ସହ ହାତ ମିଳାଇଛନ୍ତି ଓଲିଉଡ ନିର୍ମାତା ଦୀପେନ୍ଦ୍ର ସାମଲ । ଏନେଇ ପନୋରମା ଷ୍ଟୁଡିଓ ସହ ଚୁକ୍ତିନାମା ସରିଥିବାବେଳେ ସାରା ଦେଶରେ ୨୦୦ ସ୍କ୍ରିନରେ ଏହି ମୁକ୍ତିଲାଭ କରିବ ବୋଲି କହିଛନ୍ତି ନିର୍ମାତା ଦୀପେନ୍ଦ୍ର ସାମଲ । ଯାହା ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଏହା ଦ୍ୱାରା ବର୍ତ୍ତମାନ ପାନ ଇଣ୍ଡିଆରେ ଓଲିଉଡ଼ ସିନେମାକୁ ସ୍ୱୀକୃତି ମିଳିବା ନେଇ ଆଶାବ୍ୟକ୍ତ କରିଛନ୍ତି ନିର୍ମାତା । ସାରା ଦେଶରେ ‘ପରବ’ ରିଲିଜ ନେଇ ନିର୍ମାତା କହିଛନ୍ତି ଆମେ ପରବ ଫଲ୍ମକୁ ଏକାସଙ୍ଗେ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବାକୁ ଚାହୁଁଛୁ। ଓଡ଼ିଆ ଫିଲ୍ମ ଡିସେମ୍ୱର ୨୦ରେ ରିଲିଜ ହେବ । ଏହାର ୧୦ ଦିନ ପରେ ତେଲୁଗୁ ଭାଷାରେ ରିଲିଜ କରିବାର ଯୋଜନା କରିଛୁ । ତେବେ ଏହି ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ  ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିସହିତ ଦିପନ୍ବୀତ, ସୂର୍ଯ୍ୟମୟୀ,ଚୈ।ଧୁରୀ ଜୟପ୍ରକାଶ ଦାସ ପ୍ରମୁଖ ଅଭିନୟ କରିଛନ୍ତି। ଜେପି ମୋସନ ପିକ୍ଚର୍ସ ବ୍ୟାନରରେ ତଥା ଦୀପେନ୍ଦ୍ର ସାମଲଙ୍କ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଚିନ୍ମୟ ଦାସ । ତେବେ ଏହି ଫିଲ୍ମ ମଧ୍ୟ ଦମନ ପରି ଲୋକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories