www.samajalive.in
Tuesday, December 9, 2025
16.1 C
Bhubaneswar

ପୁଷ୍ପା-୨ ଦଳାଚକଟା: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ଅଲ୍ଲୁ ଅର୍ଜୁନ

ସମାଜ ଡିଜିଟାଲ ଡେସ୍କ: ପୁଷ୍ପା-୨ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଦାୟୀ କରିଥିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ। ଅନୁମତି ନ ଥିବା ସତ୍ବେ ଅଲ୍ଲୁ ସନ୍ଧ୍ୟା ସିନେମା ହଲକୁ ଯାଇଥିବାରୁ ଏଭଳି ଘଟଣା ଘଟିଲା ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେ। ତେବେ ଏହାକୁ ଖଣ୍ଡନ କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ। ଏଭଳି ଅଭିଯୋଗ ଭିତ୍ତିହୀନ ଏବଂ ଏହା ଦ୍ଵାରା କେବଳ ତାଙ୍କ ବିରୋଧରେ ଅପପ୍ରଚାର କରାଯିବା ସହିତ ତାଙ୍କ ଚରିତ୍ର ସଂହାର କରାଯାଉଛି ବୋଲି ଅଲ୍ଲୁ କହିଛନ୍ତି।

ଉଭୟ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବଂ ଏଆଇଏମଆଇଏମ ବିଧାୟକ ଅକବରୁଦ୍ଦିନ ଓଓ୍ବେସୀ ବିଧାନସଭାରେ ଅଲ୍ଲୁଙ୍କ ବିରୋଧରେ ସମାନ ଅଭିଯୋଗ କରିଥିଲେ। ଏହାର ପ୍ରତିକ୍ରିୟାରେ ଅଲ୍ଲୁ ଶନିବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେ ଚଳଚ୍ଚିତ୍ର ଦ୍ଵାରା ତେଲୁଗୁ ଲୋକମାନଙ୍କର ସମ୍ନାନ ଏକ ନୂଆ ଉଚ୍ଚତାକୁ ନେବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଆମେ ପରସ୍ପରର ଗୋଡ଼ ଟାଣିବାରେ ବ୍ୟସ୍ତ। ଦଳାଚକଟା ଘଟଣା ସମ୍ପୂର୍ଣ୍ଣ ଭାବେ ଏକ ଦୁର୍ଘଟଣା ଥିଲା। ଏଥିପାଇଁ କେହି ଦାୟୀ ନୁହନ୍ତି। ମାତ୍ର ତାଙ୍କ ବିରୋଧରେ ଅପପ୍ରଚାର କରାଯାଇ ତାଙ୍କୁ ମାନସମ୍ମାନକୁ ନଷ୍ଟ କରିବାକୁ ଉଦ୍ୟମ କରାଯାଉଛି।

- Advertisement -

ଅଲ୍ଲୁ କହିଛନ୍ତି, ସେ ସିନେମା ହଲ ଭିତରେ ଚଳଚ୍ଚିତ୍ର ଦେଖୁଥିଲେ। କୌଣସି ପୁଲିସ ଅଧିକାରୀ ତାଙ୍କୁ ସିନେମା ହଲରୁ ଚାଲିଯିବାକୁ କହି ନ ଥିଲେ। ବରଂ ତାଙ୍କ ବ୍ୟକ୍ତିଗତ ପରିଚାଳନା ସଦସ୍ୟମାନେ ଅସମ୍ଭାଳ ଭିଡ଼ କଥା କହିବା ସହିତ ସିନେମା ହଲରୁ ବାହାରି ଚାଲିଯିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ସେ ସେଠାରୁ ବାହାରି ଆସିଥିଲେ। କିନ୍ତୁ ତାଙ୍କ ପିଲାମାନେ ସେହିଠାରେ ରହି ଚଳଚ୍ଚିତ୍ର ଦେଖିଥିଲେ। ପରଦିନ ସକାଳେ ସେ ଜାଣିବାକୁ ପାଇଲେ ଯେ ଜଣେ ହଲ ବାହାରେ ଦଳାଚକଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories