ମାରାଥନ ବେଳେ ରେଲୱେ କର୍ମଚାରୀଙ୍କୁ ଗୁଳିମାଡ଼
ରାଉରକେଲା : ମାରାଥନ୍ ଚାଲିଥିବାବେଳେ ଯୁବକଙ୍କୁ ଗୁଳିମାଡ। ରାଉରକେଲା ସେକ୍ଟର ୩ ଛକ ନିକଟରେ ମାରାଥନ୍ ଚାଲିଥିବାବେଳେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି। କିଏ ଏବଂ କାହିଁକି ଏଭଳି ଗୁଳିମାଡ କରିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ଯୁବକଙ୍କ ପିଠିରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ଯୁବକଙ୍କ ନାମ ସଲିଲ ସାହୁ । ସେ ଜଣେ ରେଲୱେ କର୍ମଚାରୀ ବୋଲି ଜଣାପଡିଛି। ଖବର ପାଇ ସେକ୍ଟର-୩ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି।
Comments are closed.