www.samajalive.in
Monday, December 15, 2025
26.1 C
Bhubaneswar

 ଗିରଫ ପରଓ୍ବାନା ଜାରି ପରେ ମୁହଁ ଖୋଲିଲେ ଉଥାପ୍ପା

ସମାଜ ଡିଜିଟାଲ ଡେସ୍କ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ରବିନ ଉଥାପ୍ପାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯିବା ପରେ ସେ ମୁହଁ ଖୋଲିଛନ୍ତି। ନିଜ କମ୍ପାନୀ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି(ପିଏଫ) ହଡ଼ପ ଘଟଣାରେ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହୋଇଥିଲା। ଏହି ପ୍ରସଙ୍ଗରେ ଉଥାପ୍ପା କହିଚନ୍ତି ଯେ, ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ୨୦୧୮-୧୯ରେ ସେ ଷ୍ଟ୍ରବେରି ଲେନସେରିଆ ପ୍ରାଇଭେଟ ଲିମିଟେଡ, ସେଣ୍ଟାରସ ଲାଇଫଷ୍ଟାଇଲ ବ୍ରାଣ୍ଡ୍‌ସ ପ୍ରାଇଭେଟ ଲିମିଟେଡ ଏବଂ ବେରିଜ ଫେସନ ହାଉସ କମ୍ପାନୀରେ ନିର୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ। ସେ କମ୍ପାନୀକୁ ଆର୍ଥିକ ଅନୁଦାନ ଦେଉଥିବାରୁ ତାଙ୍କୁ ଏହି ପଦବୀ ମିଳିଥିଲା। ତେବେ ସେ କୌଣସି ପ୍ରକାର କାର୍ଯ୍ୟରେ ସାମିଲ ନ ଥିଲେ। ନିଜକୁ କ୍ରିକେଟରେ ବ୍ୟସ୍ତ ରଖିବା ସାଙ୍ଗକୁ, ଟିଭି ଉପସ୍ଥାପକ ଏବଂ ଭାଷ୍ୟକାର କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ସେ କମ୍ପାନୀଗୁଡ଼ିକର କୌଣସି ପରିଚାଳନା କାର୍ଯ୍ୟରେ ସମ୍ପୃକ୍ତ ନ ଥିଲେ। କେବଳ ଏହି କମ୍ପାନୀ ନୁହେଁ, ଯେକୌଣସି କମ୍ପାନୀକୁ ସେ ଆର୍ଥିକ ଅନୁଦାନ ଯୋଗାଇ ଦିଅନ୍ତି ସେଠାରେ ବି ସେ କୌଣସି କାର୍ଯ୍ୟରେ ସାମିଲ ନ ଥାଆନ୍ତି ବୋଲି ଉଥାପ୍ପା କହିଛନ୍ତି। ଏପରି କି ସେହି କମ୍ପାନୀଗୁଡ଼ିକ ଏପର୍ଯ୍ୟନ୍ତ ତାଙ୍କ ପ୍ରାପ୍ୟ ଅର୍ଥ ଫେରସ୍ତ କରିନାହାନ୍ତି। ଏହା ସହିତ ସେ ନିର୍ଦେଶକ ପଦବୀରୁ ଅନେକ ବର୍ଷ ହେବ ଇସ୍ତଫା ଦେଇସାରିଛନ୍ତି ବୋଲି ସେ କହିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories