ବଲାଙ୍ଗୀର: ବିଚାରାଧୀନ କଏଦୀଙ୍କ ଅକାଳ ବିୟୋଗ। ବଲାଙ୍ଗୀର ଜେଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ତୁରକେଲା ଗାଁର ଗୁରୁଦେବ ଦୀପ ବୋଲି ଜଣାପଡିଛି। ସୂଚନା ମୂତାବକ ୨୦୧୭ ମସିହାରେ ଗୁରୁଦେବଙ୍କ ନାଁରେ ବଲାଙ୍ଗୀର ପକ୍ସୋ କୋର୍ଟରୁ ଓ୍ବାରେଣ୍ଟ ହୋଇଥିଲା। ମାମଲା ଆଧାରରେ ଗତ ୧୯ ତାରିଖରେ ତୁରକେଲା ପୁଲିସ୍ ଗୁରୁଦେବଙ୍କୁ ଗିରଫ କରିଥିଲା। ଶନିବାର ରାତିରେ ବଲାଙ୍ଗୀର ଜେଲରେ ହଠାତ୍ ଗୁରୁଦେବ ଅସୁସ୍ଥ ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ବଲାଙ୍ଗୀର ଭୀମଭୋଈ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



