www.samajalive.in
Tuesday, December 9, 2025
15.1 C
Bhubaneswar

ବର୍ଷ ଯାକର ଆହାର ଉପରେ ପାହାର ଦେଲା ଲଘୁଚାପ ବର୍ଷା

ସମାଜ ଡିଜିଟାଲ ଡେସ୍କ: ଜଗତସିଂହପୁର ଜିଲ୍ଲାରେ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ବ୍ୟାପକ ମାତ୍ରାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଜଗତସିଂହପୁର ଜିଲ୍ଲାରେ ମୋଟ ଧାନଜମି ମଧ୍ୟରୁ ୮୦ ପ୍ରତିଶତ ଖରିଫ ଋତୁରେ ଚାଷ କରାଯାଇଥାଏ। ତେବେ ଆଦିନିଆ ବର୍ଷା ଫଳରେ ଧାନଚାଷ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି। ଜଗତସିଂହପୁର, ରଘୁନାଥପୁର, କୁଜଙ୍ଗ, ବିରିଡି, ବାଲିକୁଦା, ଏରସମା ନାଉଗାଁ ଓ ତିର୍ତ୍ତୋଲ ବ୍ଲକରେ ଧାନଚାଷ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଯୋଗୁଁଁ ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ବିଲରେ ପାଚିଲା ଧାନ ପଡ଼ିଯିବା ସହିତ ପାଣିରେ ବୁଡି ରହିଛି। ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୋଠିଣା ପଞ୍ଚାୟତର ଚାଷୀ ଶଙ୍କର ଚରଣ ବେହେରା କହିଛନ୍ତି ଯେ, ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ସେ ଚାଷ କରିଥିବା ୫ ଏକର ଚାଷଜମି ଜଳମଗ୍ନ ହୋଇଛି। ଅମଳ ସମୟରେ ଅଦିନିଆ ବର୍ଷା ତାଙ୍କର ବର୍ଷକର ଆହାର ଉପରେ ପାହାର ଦେଇଛି। ଯଦି ରବିବାରସୁଦ୍ଧା ବର୍ଷା କମେ ତେବେ ଧାନବିଲରୁ ପାଣି ଶୁଖିବା ପାଇଁ ଆଠଦିନ ଲାଗିବ। ଏହି ଆଠଦିନ ମଧ୍ୟରେ ପଡ଼ି ଯାଇଥିବା ପାଚିଲା ଧାନ ଗଜା ହୋଇଯିବାର ସମ୍ଭାବନା ରହିଛି। ଯେଉଁ ଧାନ ଗଜା ହେବନି ସେଗୁଡିକ କଳା ଫିମ୍ପି ମାରିଯିବ, ଫଳରେ ସେ ଧାନକୁ ମଣ୍ଡିରେ ମିଲର ନେବନି। ବର୍ଷ ଯାକର ଆହାର ଏହି ଅଦିନିଆ ବର୍ଷା ଛଡାଇ ନେଲା। ଋଣ ଆଣି ଚାଷ କରିଥିଲୁ ଏବେ ଫସଲ ନଷ୍ଟ ଚିନ୍ତା ଘରିଛି ବୋଲି ଚାଷୀ ଶଙ୍କର ସାହୁ କହିଛନ୍ତି।

ସେହିଭଳି ଆଉଜଣେ ଚାଷୀ ହେଉଛନ୍ତି ଜଗତସିଂହପୁର ବ୍ଲକ ଅନ୍ତର୍ଗତ ମାଣପୁର ଗ୍ରାମର ନିରଞ୍ଜନ ବେହେରା। ସେ ପାଖାପାଖି ଦୁଇ ଏକର ଧାନ ଚାଷ କରିଥିଲେ। ହେଲେ ଅଦିନିଆ ବର୍ଷା ଧାନଚାଷକୁ ଉଜାଡି ଦେଇଥିବା କହିଛନ୍ତି। ପୌଷ ମାସରେ ଧାନ ଅମଳ ହେବା ସମୟ। ଧାନ ଅମଳ ହେବା ସମୟରେ ବର୍ଷା ହେବା ଫଳରେ ପାଚିଲା ଧାନ ସବୁ ପଡ଼ି ଯାଇଛି। ବିଲରେ ଆଣ୍ଠୁଏ ଉଚ୍ଚର ପାଣି। ଧାନ ଗଛଗୁଡ଼ିକ ପାଣିରେ ବୁଡ଼ି ରହିଛି। ବିଲରେ ପାଣି କମିବା ବେଳକୁ ତାହା ନଷ୍ଟ ହୋଇ ଯାଇଥିବ ବୋଲି କହିଛନ୍ତି ନିରଞ୍ଜନ। ତେବେ ଅଦିନିଆ ବର୍ଷା ଜଗତସିଂହପୁରର ଧାନ ଚାଷୀଙ୍କ ଉପରେ ଗଭୀର ପ୍ରବାହ ପକାଇଛି। ଏହାକୁ ନେଇ ଜିଲ୍ଲା କୃଷି ବିଭାଗ ଅଧିକାରୀଙ୍କ ଶହ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories