www.samajalive.in
Monday, December 8, 2025
17.1 C
Bhubaneswar

ଥମୁନି ଓଲିଉଡ଼ କଳି: ଡିସିପି ଅଫିସ୍ ସାମ୍ନାରେ ମନୋଜ ମିଶ୍ର-ବବି ଇସଲାମ୍ ହାତାହାତି

ସମାଜ ଡିଜିଟାଲ ଡେସ୍କ: ଥମିବାର ନାଁ ନେଉନି ଓଲିଉଡ଼ କଳି। ଶୁକ୍ରବାର ପୁଲିସ ଉପସ୍ଥିତିରେ ଡିସିପି ଅଫିସ୍ ସମ୍ମୁଖରେ ହାତାହାତି ହୋଇଛନ୍ତି ଅଭିନେତା ମନୋଜ ମିଶ୍ର ଓ ନିର୍ଦ୍ଦେଶକ ବବି ଇସଲାମ୍। ସେଠାରେ ଉପସ୍ଥିତ ଅନ୍ୟ ନିର୍ଦ୍ଦେଶକଙ୍କ ଉପରକୁ ମଧ୍ୟ ଆକ୍ରମଣାତ୍ମକ ବ୍ୟବହାର ପ୍ରଦର୍ଶନ କରିଥିଲେ ମନୋଜ ମିଶ୍ର। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଅପରପକ୍ଷେ, ବବି ଇସଲାମ୍ ଓ ଅନ୍ୟ ନିର୍ଦେଶକମାନେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବାରୁ ସେ ଉତ୍‌କ୍ଷିପ୍ତ ହୋଇଥିବା କହିଛନ୍ତି ମନୋଜ ମିଶ୍ର। ଏଥିସହ ପରବର୍ତ୍ତୀ ମୁହୂର୍ତ୍ତରେ ଏଭଳି ବ୍ୟବହାର ପାଇଁ ଡିସିପି ପିନାକ ମିଶ୍ରଙ୍କ ସାମ୍ନାରେ ମନୋଜ ଭୁଲ୍ ମାଗିଥିବା ସୂଚନା ମିଳିଛି। ସେପଟେ ପୁଲିସ ସେବା ଭବନରେ ଉଭୟ ପକ୍ଷକୁ ବୁଝାଇବା ପାଇଁ ପୁଲିସ କମିଶନର ଓ ଡିସିପିଙ୍କ ଉପସ୍ଥିତିରେ ଉଦ୍ୟମ ଜାରି ରହିଛି। ସୂଚନାଯୋଗ୍ୟ, ପୂର୍ବ ନିର୍ଦେଶ ମୁତାବକ ଉଭୟ ପକ୍ଷ ଆଜି ଡିସିପି ଅଫିସ୍‌ରେ ହାଜର ହୋଇଥିଲେ। ଏହାପରେ ଏଭଳି ଘଟଣା ଘଟିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories