www.samajalive.in
Sunday, December 14, 2025
23.1 C
Bhubaneswar

ରିଲ୍ସ କରି ଅଡୁଆରେ ୨ ଯୁବକ: ୨ବାଇକ ଜବତ, ୨୨ହଜାର ଟଙ୍କା ତଣ୍ଡ

ନୀଳଗିରି: ସମ୍ପ୍ରତି ଯୁବପିଢ଼ିଙ୍କୁ ରିଲ୍ସ ନିଶା ବାୟା କରିଛି। ଏକାଧିକ ଯୁବକ/ଯୁବତୀ ସରକାରୀ ନୀତି ନିୟମକୁ ଉଲଙ୍ଘନ କରି ରିଲ୍ସ କରି ଚାଲିଛନ୍ତି। ରିଲ୍ସକୁ ଅନୁକରଣ କରି ବାଲେଶ୍ୱର ପରିବହନ ବିଭାଗ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି।

ନୀଳଗିରି ଥାନା ଧୋବଶିଳା ଅଞ୍ଚଳର ହରିଶ ଚନ୍ଦ୍ର ଗନ୍ତାୟତ ନାମକ ଜଣେ ଯୁବକ ତାଙ୍କ ବାଇକରେ ବସି ‘ଯୁଆଡ଼େ ଯାଉଛି..ତୁ ଖାଲି ବାସୁଛୁ’ ନାମକ ଏକ ଗୀତରେ ରିଲ୍ସ ବନାଇ ଇନଷ୍ଟାଗ୍ରାମରେ ଛାଡ଼ିଥିଲେ। ସେହିପରି ବାଲେଶ୍ୱର ସହରର ଅନ୍ୟ ଜଣେ ଯୁବକ ମଧ୍ୟ ମିସ୍ତରିମା ଗୀତରେ ବାଇକରେ ବସି ରିଲ୍ସ କରି ଜନଗହଳି ରାସ୍ତାରେ ଯାଉଥିବା ଭିଡ଼ିଓଟିକୁ ପୋଷ୍ଟ କରିଥିଲେ। ଉଭୟ ଯୁବକ ବିନା ହେଲମେଟ୍‍ରେ ବେପରୁଆ ଗାଡ଼ି ଚାଳନା କରି ରିଲ୍ସ ବନାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସେମାନଙ୍କୁ ମହଙ୍ଗା ପଡ଼ିଛି। ଏଥିରେ ସଡ଼କ ସୁରକ୍ଷା ନିୟମକୁ ଉଲଙ୍ଘନ କରାଯିବା ସହ ଲୋକଙ୍କୁ ହଇରାଣ କରାଯାଉଥିବା ନେଇ ଅଭିଯୋଗ ଉଠିଥିଲା।

- Advertisement -

ଏ ସମ୍ପର୍କରେ ଅଭିଯୋଗ ହେବା ପରେ ବାଲେଶ୍ୱର ପରିବହନ ବିଭାଗ ଇନ୍ସପେକ୍ଟର ସମରେନ୍ଦ୍ର ମହାପାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରିଲ୍ସରେ ଥିବା ବାଇକ ନମ୍ବରକୁ ଅନୁକରଣ କରି ସେ ଧୋବଶିଳା ଅଞ୍ଚଳରେ ପହଞ୍ଚି ବାଇକକୁ ଜବତ କରିବା ପରେ ନୀଳଗିରି ଥାନାରେ ଜିମା ଦେଇଥିଲେ। ସେହିପରି ବାଲେଶ୍ୱର ପରିବହନ ଅଫିସ କାର୍ଯ୍ୟାଳୟ ପରିସରରେ ଅନ୍ୟ ବାଇକକୁ ଜବତ କରି ରଖିଥିଲେ। ଉଭୟ ବାଇକଠାରୁ ୧୧ହଜାର ଲେଖାଏଁ କରି ୨୨ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ତେବେ କେବଳ ସେହି ୨ ଜଣ ନୁହଁନ୍ତି ବରଂ ବହୁ ଲୋକଙ୍କ ଭିଡ଼ିଓ ଉପରେ ସେ ତଦନ୍ତ କରିବା ଆରମ୍ଭ କରିଛନ୍ତି ଏବଂ ଆଗକୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଇନ୍ସପେକ୍ଟର ଶ୍ରୀ ମହାପାତ୍ର କହିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories