ଭବାନୀପାଟଣା: ଖଡ଼ିଆଳ ଭବାନୀପାଟଣା ରାସ୍ତାର ସାପସିଲେଟ ଛକ ନିକଟରେ ଶନିବାର ରାତିରେ ଏକ ପୁଲିସ ଜିପ୍କୁ ପଛପଟୁ ଟ୍ରକ୍ ଧକ୍କା ଦେଇଛି। ଫଳରେ ଟ୍ରକଟି ରାସ୍ତା କଡ଼ରେ ଅଟକି ଥିବାବେଳେ ଜିପ୍ଟି ବିଲ ଭିତରକୁ ଠେଲି ହୋଇଯାଇଛି। ଜିପ୍ଟି କେଗାଁ ଥାନା ଅନ୍ତର୍ଗତ ବୋର୍ଡା ପୁଲିସ ଫାଣ୍ଡିର ବୋଲି ଜଣାପଡ଼ିଛି। ଦୁର୍ଘଟଣାବେଳେ ଜିପ୍ରେ ଥିବା ବୋର୍ଡା ଫାଣ୍ଡି ଅଧିକାରୀ ଚନ୍ଦ୍ରଧ୍ବଜ ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଆହତ ହୋଇଛନ୍ତି। ସନ୍ଧ୍ୟା ପରେ ଦୂରଗାମୀ ଟ୍ରକଗୁଡ଼ିକ ଏହି ରାସ୍ତାରେ ଦ୍ରୁତଗତିରେ ଯାତାୟତ କରୁଥିବାରୁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି।
Popular Categories



