www.samajalive.in
Sunday, December 14, 2025
23.1 C
Bhubaneswar

ରେଳବାଇ ଆନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସମ୍ବଲପୁର: ପୂର୍ବତଟ ରେଳବାଇ କ୍ରିଡା ସଙ୍ଗଠନ ସମ୍ବଲପୁର ପକ୍ଷରୁ ୨୨ ଡିସେମ୍ବରରୁ ୨୭ ଡିସେମ୍ବର ପର୍ଯ୍ୟନ୍ତ ଆନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ – ୨୦୨୪ ରେଳବାଇ ଷ୍ଟାଡିୟମ ସମ୍ବଲପୁର ଠାରେ ଆୟୋଜିତ ହୋଇଯାଇଛି। ଆନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଅତିରିକ୍ତ ରେଳ ମଣ୍ଡଳ ପ୍ରବନ୍ଧକ ସମ୍ବଲପୁର ଆନନ୍ଦ ସିଂ ମୁଖ୍ୟ ଅତିଥି ଓ ଇକୋରୋ ର ଉପାଧ୍ୟକ୍ଷା ରୂଚିକା ସିଂ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଆନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଇଞ୍ଜିନିୟରିଂ ଦଳ ବନାମ ଇଲେକ୍ଟ୍ରିକାଲ (ଓପି) ଦଳ ମଧ୍ୟରେ ହୋଇଥିଲା। ଉଭୟ ଦଳ କୌଣସି ଗୋଲ ସ୍କୋର କରି ନ ଥିବା ବେଳେ ଟାଇ ବ୍ରେକରରେ ହୋଇଥିବା ପେନାଲଟି ସୁଟ ଆଉଟରେ ଇଲେକ୍ଟ୍ରିକାଲ ଦଳ ୪ – ୦ ଗୋଲରେ ଜିଣି ଚଳିତ ବର୍ଷ ଚାମ୍ପିୟନ ହୋଇଥିଲା। ହରିଶ ମହନ୍ତ ମ୍ୟାନ ଅଫ ଦି ମ୍ୟାଚ, ସୌରଭ ବିଶ୍ୱାଳ ବେଷ୍ଟ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ, ଟୁର୍ଣ୍ଣାମେଣ୍ଟର ସର୍ବାଧିକ ଗୋଲ ସ୍କୋରର ରୂପେ ସରୋଜ ପ୍ରଧାନ ଏବଂ ଗୋଲ କିପର ଅଫ ଦି ଟୁର୍ଣ୍ଣାମେଣ୍ଟ ରୂପେ ଖୋକା ଦାସଙ୍କୁ ପୁରସ୍କୃତ କରାଯାଇଥିଲା। ଅତିଥି ଓ ସମ୍ମାନୀତ ଅତିଥି ମାନେ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ। କ୍ରିଡା ଅଧିକାରୀ ରିତେଶ ମେହେର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କ୍ରିଡା କାର୍ଯ୍ୟକ୍ରମରେ ଇକୋରୋ ର ସଦସ୍ୟା, ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories