www.samajalive.in
Sunday, December 14, 2025
14.1 C
Bhubaneswar

ଜାତୀୟ ସେବା ଯୋଜନାର ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର

ସମ୍ବଲପୁର: ସମ୍ବଲପୁରର ଶାସନ ସ୍ଥିତ ବିଦ୍ୟା ବିକାଶ ଅନୁଷ୍ଠାନ ସମୁହର ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ଯୁଗ୍ମ ବିଭାଗ ଆନୁକୂଲ୍ୟରେ ଶନିବାର ୩ ଦିନିଆ ଆନ୍ତଃ ଜିଲାସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଡେପୁଟି ରେଜିଷ୍ଟାର ଡ. ଉମା ଚରଣ ପତି ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ରୂପେ ଚେୟାରମେନ ଜି. ଭାସ୍କର ରାଓ ଓ ମୁଖ୍ୟ ବକ୍ତା ରୂପେ ସମ୍ବଲପୁର ଜିଲା ଜାତୀୟ ସେବା ଯୋଜନାର ମୁଖ୍ୟ ସଂଯୋଜକ ଶାନ୍ତନୁ କୁମାର ପ୍ରଧାନ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଡ. ପତି ଜାତୀୟ ସେବା ଯୋଜନାରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ନିଜର ସେବା ଓ ତ୍ୟାଗ ବଳରେ ସମାଜରେ କିଭଳି ଉନ୍ନତି ସାଧନ କରି ପାରିବେ, ସେ ବିଷୟରେ ଉଦବୋଧନ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ଜାତୀୟ ସେବା ଯୋଜନାର ଉତ୍ପତ୍ତି ଓ ସମାଜରେ ଏହାର ମହତ୍ୱ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଚେୟାରମେନ ଶ୍ରୀ ରାଓ, ସ୍ୱେଚ୍ଛାସେବୀ ମାନେ କିପରି ନିଜର ବ୍ୟକ୍ତିତ୍ୱର ବିକାଶ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରି ଦେଶ ଗଠନରେ ଛାତ୍ର ସମାଜର ଭୂମିକା ଉପରେ ଆଲୋକପାତ କରିଥିଲେ। ବିଶିଷ୍ଟ ଅତିଥି ରୂପେ ହୀରାକୁଦ ବନ୍ୟ ଜନ୍ତୁ ସମ୍ପଦ ବିଭାଗର ଏସିଏଫ ଯତୀନ କୁମାର ସିଂ କହିଥିଲେ ଯେ, ବନ୍ୟଜନ୍ତୁ ସଂରକ୍ଷଣରେ ଯୁବ ସମାଜର ଭୂମିକା ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁର, ବରଗଡ଼଼ ଓ ଝାରସୁଗୁଡା ଜିଲାର ୧୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦୦ ଜଣ ସ୍ୱେଚ୍ଛାସେବୀ ଓ ୧୨ ଜଣ ସଂଯୋଜକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗୀତା ଯଥା ରଙ୍ଗୋଲି, ବକ୍ତୃତା, ପ୍ରବନ୍ଧ ଆଦି ଆୟୋଜିତ ହୋଇଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories