www.samajalive.in
Sunday, December 7, 2025
14.1 C
Bhubaneswar

ବଢିଲା ମନୋଜ ମିଶ୍ରଙ୍କ ଅଡ଼ୁଆ, ଥାନାରେ ପହଞ୍ଚି ସୁରକ୍ଷା ଲୋଡ଼ିଲେ ବବି ଇସଲାମ

ସମାଜ ଡିଜିଟାଲ ଡେସ୍କ: ଅଭିନେତା ମନୋଜ ମିଶ୍ରଙ୍କ ପିଛା ଛାଡ଼ୁନି ବିବାଦ। ମନୋଜଙ୍କ ନାଁରେ ପୁଣି ଥାନାରେ ଏତେଲା। କଟକ ଦରଘା ବଜାର ଥାନାରେ ଏତଲା ଦେଲେ ନିର୍ଦେଶକ ସଂଘ ଉପସଭାପତି ବବି ଇସଲାମ। ଜୀବନରୁ ମାରିଦେବା ପାଇଁ ଧମକ ମିଳିବା ପରେ ଥାନାରେ ଏତେଲା ଦାୟର କରି ନିଜ ପାଇଁ ସୁରକ୍ଷା ଲୋଡ଼ିଛନ୍ତି ବବି ଇସଲାମ।

ବବି ଇସଲାମଙ୍କ କହିବାନୁସାରେ, ମଙ୍ଗଳବାର ଏକ ଟିଭି ଶୋ’ରେ ରାଣ୍ଡି ପୁଅ ଅନନ୍ତା ବିତର୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ମନୋଜଙ୍କୁ ପ୍ରତ୍ୟକ୍ଷ ଭାବେ ଉଦ୍ଧତାମୀ କରୁଥିବା କହିଥିଲେ ବବି। ଏହାପରେ ଗତକାଲି ରାତିରେ ବବିଙ୍କୁ ଫୋନ କଲ୍ ଜରିଆରେ ଆସିଥିଲା ଧମକ। ମନୋଜ ମିଶ୍ର ଓ ତାଙ୍କ ବନ୍ଧୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା କହିଛନ୍ତି ବବି ଇସଲାମ। ଅନ୍ୟପଟେ ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ମିଳି ପାରି ନ ଥିବାବେଳେ ମନୋଜଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। କିଛି ଦିନ ପୂର୍ବରୁ ମନୋଜ ମିଶ୍ରଙ୍କ ନାଁରେ ସାଇବର ଥାନାରେ ଏତଲା ଦେଇଥିଲେ ନିର୍ଦେଶକ ସଂଘ। ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଫିଲ୍ମ ଓ ନିର୍ଦେଶକଙ୍କୁ ଖରାପ କହିଥିବା ନେଇ ଏତେଲା ହୋଇଥିଲା। ତେବେ ଆଜି ଦ୍ୱିତୀୟ ଏତଲା ହେବାପରେ ମନୋଜଙ୍କ ପାଇଁ ଅଡ଼ୁଆ ବଢିବା ସ୍ୱାଭାବିକ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories