www.samajalive.in
Saturday, December 6, 2025
26.1 C
Bhubaneswar

ଏୟାର ଇଣ୍ଡିଆର ଦିଲ୍ଲୀରୁ ଗୋଆ ଯାଉଥିବା ବିମାନରେ ଯୌନ ଉତ୍ପୀଡନର ଶିକାର ହେଲେ ମହିଳା..

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ଦିଲ୍ଲୀରୁ ଗୋଆ ଯାଉଥିବା ବିମାନରେ ଜଣେ ମହିଳା ଯାତ୍ରୀ ଯୌନ ଉତ୍ପୀଡନର ଶିକାର ହୋଇଥିବା ବୁଧବାର ଖବର ସାମ୍ନାକୁ ଆସିବା ସହ ଏନେଇ ମାମଲା ରୁଜୁ କରାଯାଇଛି । ଦିଲ୍ଲୀ ନିବାସୀ ଜଣେ ମହିଳା ଯାତ୍ରୀ ଅଭିଯୋଗ କରିଛନ୍ତି ଯେ, ବିମାନରେ ଜଣେ ପୁରୁଷ ଯାତ୍ରୀ ଯୌନ ଉତ୍ପୀଡନ କରିଛନ୍ତି । ମହିଳା ଯାତ୍ରୀଙ୍କ ଅଭିଯୋଗ ପରେ ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରିବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଦେଖନ୍ତୁ ଭିଡିଓ.. କୋବିରୁ ହଠାତ୍‌ ବାହାରିଲା ସାପ, ଭାଇରାଲ୍‌ ହେଉଛି ଛାତିଥରା ଭିଡିଓ..

- Advertisement -

ଅଭିଯୋଗ ଅନୁଯାୟୀ, ଦିଲ୍ଲୀର ଜନକପୁରୀ ନିବାସୀ ଜଣେ ମହିଳା ମଙ୍ଗଳବାରରେ ଏୟାର ଇଣ୍ଡିଆର ଦିଲ୍ଲୀରୁ ଗୋଆ ଫ୍ଲାଇଟ୍‌ରେ ଯାତ୍ରା କରୁଥିଲେ । ମଙ୍ଗଳବାର ପୂର୍ବାହ୍ନ ୧୧ଟାରୁ ଦିନ ୧ଟା ୨୦ ମଧ୍ୟରେ ବିମାନରେ ତାଙ୍କ ନିକଟ ସିଟ୍‌ରେ ବସିଥିବା ଜଣେ ପୁରୁଷ ଯାତ୍ରୀ ଖରାପ ବ୍ୟବହାର କରିଥିଲେ ।

ମାତ୍ର ୫୧ ଟଙ୍କା.. ଜିଓ ଆଣିଲା ନୂଆ ଜବରଦସ୍ତ ରିଚାର୍ଜ ପ୍ଲାନ୍‌, ବର୍ଷଯାକ ମିଳିବ ଡାଟା..

ବୁଧ କରିବେ ଓଲଟା ଚଳନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ ହିଁ ଧନ.. 

ବିମାନଟି ଦକ୍ଷିଣ ଗୋଆର ଡାବୋଲିମ୍ ସ୍ଥିତ ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ମହିଳା ଜଣକ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଡାବୋଲିମ୍ ବିମାନବନ୍ଦର ପୁଲିସ ଯୁବକଙ୍କୁ ଗିରଫ କରିଥିଲା। ପୁଲିସ କହିଛି ଯେ ଅଭିଯୁକ୍ତ ଯୁବକ ହରିୟାଣାର ପାନିପତ୍‌ ନିବାସୀ ଜିତେନ୍ଦର ଜାଙ୍ଗିଆନ ବୋଲି ଜଣାପଡିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories