www.samajalive.in
Sunday, December 7, 2025
26.1 C
Bhubaneswar

ରାଜଧାନୀରେ ବାୟୁ ପ୍ରଦୂଷଣ ; ୫୦ ପ୍ରତିଶତ କର୍ମଚାରୀ ଘରେ ରହି କରିବେ କାମ..

ନୂଆଦିଲ୍ଲୀ : ବିଷାକ୍ତ ହେଲାଣି ରାଜଧାନୀ ବାୟୁ । ନିଶ୍ୱାସ-ପ୍ରଶ୍ୱାସ ନେବା ହେଉଛି ଅସମ୍ଭବ । ଦିଲ୍ଲୀରେ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି ବାୟୁ ପ୍ରଦୂଷଣ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଲାଗୁ ହୋଇଛି ଗ୍ରାଫ ଫୋର କଟକଣା । ସରକାର ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେଇଛନ୍ତି ଯେ, ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବେ। ଏହି ପଦକ୍ଷେପ ଗ୍ରହଣ କରାଯିବା ଦ୍ୱାରା କିଛି ମାତ୍ରାରେ ବାୟୁ ପ୍ରଦୂଷଣକୁ ରୋକା ଯାଇ ପାରିବ। ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯିବ ବୋଲି ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି । ବଢୁଥିବା ପ୍ରଦୂଷଣ ମଧ୍ୟରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ନିର୍ଦ୍ଦେଶ ଦେଇଛନ୍ତି, ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ ଏବଂ ମ୍ୟୁନିସିପାଲଟି କର୍ପୋରେସନ୍‌ ଅଫ୍‌ ଦିଲ୍ଲୀ ସଂଶୋଧିତ କାର୍ଯ୍ୟସୂଚୀ ଅନୁସରଣ କରିବେ।

ବୁଧ କରିବେ ଓଲଟା ଚଳନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ ହିଁ ଧନ.. 

ମାତ୍ର ୫୧ ଟଙ୍କା.. ଜିଓ ଆଣିଲା ନୂଆ ଜବରଦସ୍ତ ରିଚାର୍ଜ ପ୍ଲାନ୍‌, ବର୍ଷଯାକ ମିଳିବ ଡାଟା..

- Advertisement -

ପ୍ରଦୂଷଣ ବଢିବା ପରେ ଲାଗୁ ହୋଇଛି ଏହି କଟକଣା..

ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ପାଠପଢା
୫୦ ପ୍ରତିଶତ କର୍ମଚାରୀ ଘରେ ରହି କରିବେ କାମ
ଏକ୍ୟୁଆଇ ୪୫୦ ପରେ ଗ୍ରାଫ ଫୋର କଟକଣା ଲାଗୁ
ପ୍ରଦୂଷଣକୁ ରୋକିବାକୁ କୃତ୍ରିମ ବର୍ଷା ପାଇଁ ବିଚାର..

ରାଜଧାନୀ ଦିଲ୍ଲୀ ଓ ଏନ୍‌ସିଆରରେ ପ୍ରଦୂଷଣ ମାତ୍ରା ସାଂଘାତିକ ହୋଇପଡିଥିବାବେଳେ ମଙ୍ଗଳବାର ଦିଲ୍ଲୀର ଅଧିକାଂଶ ସ୍ଥାନରେ ଏକ୍ୟୁଆଇ ୫୦୦ ଅତିକ୍ରମ କରିଥିବା ରେକର୍ଡ କରାଯାଇଛି। ଏହି ପରିପ୍ରେକ୍ଷୀରେ ବାୟୁମଣ୍ଡଳରେ ପ୍ରଦୂଷଣ ସୃଷ୍ଟିକାରୀ ପଦାର୍ଥ ନଷ୍ଟ କରିବାକୁ କୃତ୍ରିମ ବର୍ଷା କରାଇବାକୁ ରାଜ୍ୟ ସରକାର ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଥିବା ଜଣାପଡିଛି। ଏହି ପ୍ରସଙ୍ଗରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତିି ଯେ ସାଂପ୍ରତିକ ସମୟରେ କୃତ୍ରିମ ବର୍ଷା ଅତ୍ୟନ୍ତ ଜରୁରୀ। ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢାକୁ ଅନଲାଇନ ବ୍ୟବସ୍ଥା କରିଥିବାବେଳେ ପେଟ୍ରୋଲ/ଡିଜେଲ ଚଳିତ ଯାନର ଚଳାଚଳ ଉପରେ କଟକଣା ଲାଗୁ କରିସାରିଛନ୍ତି। ଦିଲ୍ଲୀ ଆକାଶ ଧୂମାଚ୍ଛନ୍ନ ରହିଥିବାରୁ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।

ଦେଖନ୍ତୁ ଭିଡିଓ.. କୋବିରୁ ହଠାତ୍‌ ବାହାରିଲା ସାପ, ଭାଇରାଲ୍‌ ହେଉଛି ଛାତିଥରା ଭିଡିଓ..

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories