www.samajalive.in
Saturday, December 6, 2025
16.1 C
Bhubaneswar

ମୃତକଙ୍କ ପରିବାରକୁ ୨୫ ଲକ୍ଷ ଦେଲେ ଅଲ୍ଲୁ

ମୁମ୍ବାଇ : ପୁଷ୍ପା-୨ର ପ୍ରିମିୟର ଶୋ ବେଳେ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ୍। ଏପରିକି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୨୫ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି। ମୃତ ରେବତୀଙ୍କ  ୧୩ ବର୍ଷୀୟ ପୁଅଙ୍କର ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନା ଅନୁସାରେ ଗୁରୁବାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ପୁଷ୍ପା-୨ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଦେଶବ୍ୟାପୀ ବିଭିନ୍ନ ସିନେମା ହଲରେ ଏହି ଚଳଚ୍ଚିତ୍ର ଦେଖିବାକୁ ପ୍ରଶଂସକମାନେ ଆଗୁଆ ଟିକଟ ବୁକିଂ କରିଥିଲେ । ତେବେ ହାଇଦ୍ରାବାଦରେ ବୁଧବାର ରାତିରେ ଏହାର ପ୍ରିମିୟର ଶୋ’ ବେଳେ ଅସମ୍ଭାଳ ଭିଡ଼ ହେବାରୁ ଦଳାଚକଟା ହୋଇଥିଲା । ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲ ବାହାରେ ଏହି ଦଳାଚକଟା ଘଟିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଅନ୍ୟ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ।  ଦିଲସୁଖନଗରର ରେବତୀ ନାମ୍ନୀ ୩୯ ବର୍ଷୀୟା ତାଙ୍କ ସ୍ଵାମୀ ଏବଂ ୨ ପୁଅ ସହିତ ପ୍ରିମିୟର ଶୋ’ ଦେଖିବାକୁ ଆସିଥିଲେ। ରାତି ପ୍ରାୟ ୧୦ଟା ୩୦ରେ ଅଲ୍ଲ ଅର୍ଜୁନ ନିଜେ ସେଠାରେ ପହଞ୍ଚିଥିଲେ। ହଲ ବାହାରେ ତାଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ଅଲ୍ଲୁ ଅର୍ଜୁନ ଆସିବା କ୍ଷତି ତାଙ୍କୁ ଦେଖିବା ଲାଗି ଲୋକଙ୍କ ଭିତରେ ଠେଲାପେଲା ହୋଇଥିଲା। ଯାହାଫଳରେ ମହିଳା ଓ ତାଙ୍କ ସାନ ପୁଅ ତଳେ ପଡ଼ିଯାଇଥିଲେ। ଏବଂ ସେମାନଙ୍କ ଉପରେ ଲୋକେ ଚଢ଼ି ଯାଇଥିଲେ। କିଛି ସମୟ ପରେ ଭିଡ଼ ନିୟନ୍ତ୍ରଣ ହେବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ରେବତୀଙ୍କୁ ମୃତ ଘୋଷଣା କରିଥିଲେ। ପୁଅ ଏବଂ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories