ଭାରତର ଅସମାନତା : ନିରାକରଣ ନୀତିର ବିକଳ୍ପ

0

ସତ୍ୟନାରାୟଣ ମହାନ୍ତି

ଅସମାନତା ସମ୍ପର୍କରେ କିଛି ପଦକ୍ଷେପ ଗ୍ରହଣ ନକରିବା ବେଶ୍‌ ମହଙ୍ଗା ପଡ଼ିପାରେ। ଅଳ୍ପ କିଛି ଲୋକଙ୍କ ପାଖରେ ଏତେ ବିପୁଳ ପରିମାଣର ଧନ ସଂପତ୍ତି ଠୁଳ ହୋଇଗଲାଣି ଯେ ଧନୀଲୋକେ ହିଁ ରାଜନୀତି, ସରକାର ଓ ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କୁ ନିୟନ୍ତ୍ରଣ କରିପାରିବେ ଓ କ୍ଷତିକାରକ ସହଚର ପୁଞ୍ଜିବାଦ (କ୍ରୋନି କ୍ୟାପିଟାଲଜିମ୍‌) ଜନ୍ମ ଲାଭ କରିବ। ଯେହେତୁ ସମ୍ପତ୍ତି (ୱେଲ୍‌ଥ) ଅସମାନତାକୁ ନେଇ କୌଣସି ତଥ୍ୟ ସଂଗ୍ରହ କରାଯାଏନି, ତେଣୁ ଭାରତରେ ଏ ସମ୍ପର୍କୀୟ ବିବରଣୀ ପାଇବା କଷ୍ଟକର। ମାତ୍ର ଆୟ (ଇନ୍‌କମ୍‌) ଅପେକ୍ଷା ଆମର ସମ୍ପତ୍ତି ଗଚ୍ଛିତ କରିବାର ଅଭିଳାଷ ସବୁବେଳେ ଅଧିକ। କ୍ରେଡିଟ୍‌ ସୁସି ନାମକ ଏକ ଆର୍ଥିକ ସଂସ୍ଥାର ଆକଳନ ଅନୁଯାୟୀ ଜଣାପଡ଼ୁଛି ଯେ ଦେଶର ୧% ଲୋକଙ୍କ ପାଖରେ ୫୩% ଧନରାଶି ମହଜୁଦ ଅଛି। ଧନରାଶିର ଏ ପ୍ରକାର ଅସମ ବିତରଣଜନିତ ସମସ୍ୟାର ଆଶୁ ସମାଧାନ ଅଛି କି?
ଯଦି ସୁଯୋଗର ସମାନତା (ଇକ୍ବାଲିଟି ଅଫ୍‌ ଅପର୍ଚ୍ୟୁନିଟି) ଜନସାଧାରଣଙ୍କୁ ମିଳିବ ନାହିଁ, ତେବେ ପରିଣାମ ଅଶାନ୍ତି ହିଁ ହେବ। ଏକ ହିସାବରୁ ଜଣାଯାଏ ଯେ ମାଧ୍ୟମିକ ଶିକ୍ଷାଗତ ଯୋଗ୍ୟତାଠାରୁ ଅଧିକ ପଢ଼ିଥିବା ବ୍ୟକ୍ତିଙ୍କ ଭିତରେ ବେକାରୀଙ୍କ ସଂଖ୍ୟା ଅଧିକ। ଉଚ୍ଚଶିକ୍ଷାରେ ଥିବା ନିମ୍ନମାନ ହିଁ ଏହାର କାରଣ ଓ ଏହା ହିଁ ଶିକ୍ଷାରେ ବୃଦ୍ଧି ଘଟାଇବା ସହ ବେକାରୀ ପରିସ୍ଥିତି ସୃଷ୍ଟିରେ ସହାୟକ ହୋଇଛି। ଏ ପ୍ରକାର ଅସମାନତାର ମୂଳୋତ୍ପାଟନ ପାଇଁ ଯୁବକମାନଙ୍କ ପାଇଁ ଦରକାର ହେଉଛି ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟ ଓ ଗୁଣାତ୍ମକ ନିଯୁକ୍ତି। ସାମାଜିକ ଉନ୍ନତି ପାଇଁ ଶିକ୍ଷା ଆବଶ୍ୟକ ବୋଲି ଧରାଯାଏ; ମାତ୍ର ସରକାରୀ ସଂସ୍ଥାରେ ନିମ୍ନମାନର ଶିକ୍ଷା ଓ ସ୍ବାସ୍ଥ୍ୟସେବା ଉଚ୍ଚ ବର୍ଗର ଲୋକଙ୍କୁ ନିଜପାଇଁ ଅଲଗା ବାଟ ତିଆରିର ପ୍ରୋତ୍ସାହନ ଯୋଗାଏ।
ଯେଉଁମାନେ ବିିଭିନ୍ନ ନୀତି ଓ ଅନୁଷ୍ଠାନ ଦ୍ବାରା ପରିବର୍ତ୍ତନର ସ୍ବାଦ ଚାଖିବାରୁ ବଞ୍ଚିତ ସେମାନଙ୍କୁ ଏ ପ୍ରକାର ସେବା ପ୍ରଦାନ କରିବାପାଇଁ ଆମ ସରକାରମାନଙ୍କ ପାଖରେ ନା ଅଛି ସମ୍ବଳ ନା ଅଛି କ୍ଷମତା, ନା ଅର୍ଥ, ନା ଧନଶାଳୀ ବ୍ୟକ୍ତିମାନଙ୍କ ତରଫରୁ ସେ ପ୍ରକାର ରାସ୍ତାକୁ ଠିକ୍‌ କରିବା ଭଳି ପ୍ରଚେଷ୍ଟା ବି ନାହିଁ। ସାଧାରଣଠାରୁ କିଛି ଭିନ୍ନ କରିବାକୁ ଯାଇ ସେମାନେ ସମ୍ଭ୍ରାନ୍ତ ଲୋକଙ୍କ ପାଇଁ ବହୁ ଅର୍ଥ ଦେଇ ନାମ ଲେଖାଇବା ପାଇଁ ବିଦ୍ୟାଳୟମାନ ଆରମ୍ଭ କଲେ ଅଥବା ଏପରି ହାସପାତାଳମାନ ବସେଇଲେ ଯେ ସ୍ବାସ୍ଥ୍ୟସେବା ପାଇଁ ବହୁ ଟଙ୍କା ଦରକାର ହେବ। ଫଳରେ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହୋଇ ପାରିଲା ନାହିଁ।
ଏହାକୁ ଦକ୍ଷତା ଆଧାରିତ ବ୍ୟାବସାୟିକ ଆଦର୍ଶ ଭାବେ ଚଳେଇ ଦିଆଯାଏ। ଉତ୍ତମ ଚାକିରି ବଦଳରେ ଅସ୍ଥାୟୀ ନିଯୁକ୍ତି ଏବେ ପ୍ରତିଯୋଗିତାମୂଳକ ଆବଶ୍ୟକତାରେ ପରିବର୍ତ୍ତିତ ହୋଇଛି। ଅନ୍ୟ ବ୍ୟକ୍ତିମାନେ ଏଭଳି ପରିସ୍ଥିତିକୁ ପରିବର୍ତ୍ତନ କରିବାପାଇଁ କୌଣସି ପ୍ରୟାସ କରୁନାହାନ୍ତି। ତାଙ୍କ ବଦାନ୍ୟତା ଏଣେତେଣେ ବିଚ୍ଛୁରିତ ଏବଂ ନଗଣ୍ୟ। ନହେଲେ ସଖୀ କଣ୍ଢେଇ ଭଳି ସଜେଇ ପ୍ରସ୍ତୁତ କରାଯାଉଛି। ଶାନ୍ତ ବାତାବରଣ ସୃଷ୍ଟି କରିବାପାଇଁ ‘କର୍ପୋରେଟ ସାମାଜିକ ଦାୟିତ୍ବ’ ଭଳି ଉତ୍ସାହରହିତ କାର୍ଯ୍ୟମାନଙ୍କୁ ମଧ୍ୟ ଆପଣେଇ ନିଆଯାଉଛି। ସାଧାରଣତଃ, ଦେଶ ପାଖରେ ଦୁଇଟି ବିକଳ୍ପ ରହିଛି। ହୁଏତ ତାଙ୍କ ସମାଜରେ ସବୁକିଛି ଠିକ୍‌ଠାକ୍‌ ଚାଲିଛି ଏବଂ ସରକାରଙ୍କୁ ମୁଣ୍ଡ ଖେଳାଇବାର ଆବଶ୍ୟକତା ନାହିଁ ଅଥବା ସବୁକିଛି ଠିକ୍‌ ଚାଲି ନାହିଁ ଓ ସରକାରଙ୍କୁ ଧନୀଶ୍ରେଣୀ ଲୋକଙ୍କ ଉପରେ ଅଧିକ କର ବସାଇ ସଂଗୃହୀତ କର ସହ ଏକ ବିସ୍ତୃତ ଯୋଜନା ମାଧ୍ୟମରେ ବଞ୍ଚିତ ଶ୍ରେଣୀ ପାଖକୁ ପହଞ୍ଚାଇବାର ପ୍ରୟାସ କରିବାକୁ ପଡ଼ୁଛି। ଏଭଳି ଯୋଜନାରେ ଏକ ନୀତିଗତ ସମସ୍ୟା ରହେ ତଥା ଅଧିକ କରିବାର ଉଦ୍ୟମକୁ ନିରୁତ୍ସାହିତ କରିବାର ସମ୍ଭାବନା ଥାଏ। ସରକାରୀ ବ୍ୟବସ୍ଥା ଭିତରେ ଏଥିପାଇଁ ସମ୍ବଳ ଓ କ୍ଷମତା ନିର୍ମାଣ ଆବଶ୍ୟକ। କୌଣସି ସଫଳ କାମ କରିବାପାଇଁ ସରକାରଙ୍କର ଉପରେ ବିଶ୍ବାସ ସୃ​‌ଷ୍ଟି କରିବା, ଏଥିପାଇଁ ସମ୍ବଳ ବୃଦ୍ଧି ତଥା ରାଷ୍ଟ୍ରୀୟ କ୍ଷମତାର ଆବଶ୍ୟକତା ଅଛି। ବିଭିନ୍ନ ଯୋଜନାର ବିସ୍ତାର କରିବା ପରିବର୍ତ୍ତେ ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ବାସ୍ଥ୍ୟସେବା, ପୁଷ୍ଟିକର ଖାଦ୍ୟ ଓ ଦକ୍ଷତା ବୃଦ୍ଧି, ଯାହା ଉତ୍ତମ ମାନର ନିଯୁକ୍ତି ପାଇଁ ଅପରିହାର୍ଯ୍ୟ, ସେସବୁ ଉପରେ ଧ୍ୟାନ ଦିଆଯିବା ଦରକାର। ମାତ୍ର ଏଥିପାଇଁ ସମ୍ବଳ ଓ କ୍ଷମତାର ଆବଶ୍ୟକତା ବି ରହିବ। ଏସବୁ କ୍ଷେତ୍ରରେ ପୁଞ୍ଜିନିବେଶ ସମତା ବଢ଼ାଇବା ଦିଗରେ ବିପୁଳ ପ୍ରଭାବ ପକାଇବ।
କର ଧାର୍ଯ୍ୟ ପାଇଁ ଯେକୌଣସି ପ୍ରସ୍ତାବ ନିଶ୍ଚିତ ଭାବରେ ହୃଦୟଗ୍ରାହୀ ତର୍କ ଦ୍ବାରା ପ୍ରତିରୋଧ କରାଯିବ। ଯୁକ୍ତି ହେବ: ଧନୀଶ୍ରେଣୀର ଲୋକେ କର୍ମ ନିଯୁକ୍ତି ସୃଷ୍ଟି କରିବେ; ତଳେ ଥିବା କର୍ମଠ ଓ ବୁଦ୍ଧିମାନ ବ୍ୟକ୍ତିମାନେ ଉପରକୁ ଉଠିଯିବେ ଏବଂ ଉପରୁ ତଳକୁ ଉନ୍ନତିର ସ୍ରୋତ (ଟ୍ରିକିଲ୍‌ ଡାଉନ୍‌) ସଫଳ ହେବ; ବିତ୍ତଶାଳୀ ଲୋକମାନେ ବ୍ୟବସାୟ ଦ୍ବାରା ଅର୍ଥ ଉପାର୍ଜନ କରିବା ଓ ବିପଦର (ରିସ୍କ) ସମ୍ମୁଖୀନ ହେଇ ଅର୍ଥ ଅର୍ଜନ କାମକୁ କେହି ଅସ୍ବୀକାର କରିବେ ନାହିଁ। ମାତ୍ର ଆମେ ଯଦି ଏହି ତର୍କଗୁଡ଼ିକ ଗଭୀର ଭାବରେ ଅନୁଶୀଳନ କରିବା, ଏହି ତର୍କମାନେ ଦୁର୍ବଳ ପ୍ରତୀୟମାନ ହେବେ।
ଯେତେବେଳେ ଉପଭୋକ୍ତାଙ୍କ ସଂଖ୍ୟା ବଢ଼େ, ଏହା ରୋଜଗାର ମଧ୍ୟ ବଢ଼ାଇଥାଏ। ଯେହେତୁ ଜନସାଧାରଣଙ୍କ କ୍ରୟଶକ୍ତି ବଢ଼ିଯାଏ, ଧନୀ ବ୍ୟକ୍ତିମାନେ ଉତ୍ପାଦନ ଓ ବିକ୍ରୟ ପାଇଁ ଆଗେଇ ଆସନ୍ତି। ଚୀନ୍‌ରେ ସମାଜର ପିରାମିଡ଼ ତଳେ ଥିବା ଉପଭୋକ୍ତାଙ୍କର ଆର୍ଥିକ ସ୍ଥିତି ଯେପରି ଭାବେ ବଢ଼ିଛି, ଆମ ସମାଜରେ ଅସମାନତା ଯୋଗୁଁ ସେଭଳି ଭାବେ ଏହା ବୃଦ୍ଧି ପାଇ ନାହିଁ। ଏହା ଧନୀଲୋକଙ୍କୁ ଆଘାତ ଦେବ। ଏକଥା ସବୁବେଳେ ସତ ନୁହେଁ ଯେ, ବୁଦ୍ଧିମାନ, କର୍ମଠ ଓ ଯୋଗ୍ୟ ବ୍ୟକ୍ତି ସବୁବେଳେ ଉପରକୁ ଉଠନ୍ତି। ଖୁବ୍‌ ବେଶି କର୍ମଠ ଲୋକ ପ୍ରାୟତଃ ଉପରକୁ ଉଠିପାରନ୍ତି ନାହିଁ, କାରଣ ଆରମ୍ଭରୁ ହିଁ ପରିସ୍ଥିତି ତାଙ୍କ ପାଇଁ ପ୍ରତିକୂଳ ଅବସ୍ଥାରେ ଥାଏ। ସଫଳତା ଓ ସଫଳତାର ଅଭାବ ପାଇଁ ସେମାନେ ସବୁବେଳେ ହକଦାର ନୁହନ୍ତି। ସେମାନେ ତଥାକଥିତ ସମାନତାର ସୁଯୋଗ ପାଇନାହାନ୍ତି। ସେସବୁ ଭିତରେ ଉତ୍ତମ ଶିକ୍ଷା ଅଥବା ଉତ୍ତମ ସ୍ବାସ୍ଥ୍ୟସେବା ଆଦି ରହିଛି। କାରଣ, ଉତ୍ତମ ସେବାସମ୍ପନ୍ନ ସର୍ବସାଧାରଣ ଅନୁଷ୍ଠାନ ପ୍ରାୟତଃ ନାହିଁ କହିଲେ ଚଳେ। ଯଦିଓ ଯୁକ୍ତି କରାଯାଏ ଯେ, ଧନୀ ବ୍ୟକ୍ତିମାନେ ଲାଭ ଉଠାନ୍ତି କାରଣ ସେମାନଙ୍କ ଦକ୍ଷତା, ପ୍ରୟୋଗ ଓ ବିପଦକୁ ସାମ୍ନାକରିବାର ପ୍ରବଣତା ବେଶ୍‌ ଅଧିକ, ମାତ୍ର ଏ ଯୁକ୍ତି ଉପରେ ପ୍ରଶ୍ନ ଉଠାଯାଇପାରେ। ଏମାନଙ୍କ ଭିତରୁ ସମସ୍ତେ ନୂତନ ଚିନ୍ତାଧାରା ସୃଷ୍ଟି କରିଥିବା ବ୍ୟକ୍ତି ନୁହନ୍ତି। ଉପର ସ୍ତରରେ ରହିଥିବା ୧% ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ବିଭବଶାଳୀ ଅଛନ୍ତି ଯେଉଁମାନଙ୍କ ପାଖରେ ପରିବାରର ସମ୍ପତ୍ତି ଆପେଆପେ ପହଞ୍ଚିଛି।
ଏପ୍ରକାର ଅବସ୍ଥାକୁ ସୁଧାରିବାପାଇଁ, କର ଧାର୍ଯ୍ୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବାର ଆବଶ୍ୟକତା ରହିଛି ବୋଲି କୁହାଯାଏ। ସମାଜର ଉପର ସ୍ତରରେ ଥିବା ୧%ର ତଳ ସ୍ତରରେ ଥିବା ୯% ବ୍ୟକ୍ତିଙ୍କ ହାରାହାରି ଉପାର୍ଜନ ବାର ହଜାରରୁ କୋଡ଼ିଏ ହଜାର ଡଲାର ହେଲାଣି। ଏହାର ଅର୍ଥ ହେଲା ଅର୍ଦ୍ଧ ବିକଶିତ ଦେଶମାନଙ୍କରେ ଥିବା ମଧ୍ୟବିତ୍ତ ଲୋକଙ୍କ ପାଇଁ ଏହା ଏକ ପ୍ରକାର ବୋଝ; ବରଂ ସମାଜର ଉପର ସ୍ତରରେ ଥିବା ୧% ଲୋକଙ୍କ ଉପରେ ଏହି କର ଧାର୍ଯ୍ୟ କରିବା ଆବଶ୍ୟକ। ଏହି ବର୍ଗରେ ଅଛନ୍ତି ୮୦ଲକ୍ଷ ବ୍ୟକ୍ତି। ରୁଚିର ଶର୍ମାଙ୍କ କହିବା ଅନୁସାରେ ୨.୫ଲକ୍ଷ କୋଟିପତିଙ୍କ ଭିତରୁ ମାତ୍ର ୪୨୦୦୦ ହିଁ ଆୟକର ରିଟର୍ଣ୍ଣ ଦାଖଲ କରନ୍ତି। ଏଇ ୮୦ ଲକ୍ଷ ବ୍ୟକ୍ତି କିପରି କର ଦେବେ, ତା’ର ବ୍ୟବସ୍ଥା ପ୍ରଥ​‌େ​‌ମ କରିବାକୁ ପଡ଼ିବ। ଏହି ୧% ବ୍ୟକ୍ତିଙ୍କ ପାଖରୁ ୨୦%ରୁ ୩୦% ହାରରେ ଟିକସ ଆଦାୟ ହେବା ଦରକାର। ଏ ପ୍ରକାରର ସମାନତା ବୃଦ୍ଧି କରିବାର ନୀତି ଅଧିକାଂଶ ରାଷ୍ଟ୍ର ଗ୍ରହଣ କରିଥାନ୍ତି। ଲାଭାଂଶକୁ ବାଦ ଦେବା ପରେ ବଳକା ଅର୍ଥ ଉପରେ କର୍ପୋରେଟ ଟିକସ୍‌ ନିର୍ଦ୍ଧାରଣ କରାଯାଇଥାଏ। ଗଚ୍ଛିତ ଧନରାଶି ବଦଳରେ ସଂପୂର୍ଣ୍ଣ ମୂଲ୍ୟ ଉପରେ ଟିକସ ଲାଗୁ କରାଯିବା ଉଚିତ୍‌। ଯଦି ଏହା ଉପରେ କର ନିର୍ଦ୍ଧାରଣ କରାଯାଏ, ଗଚ୍ଛିତ ଧନ ଉପରେ ଅଂଶଧନର ମୂଲ୍ୟ ବୃଦ୍ଧି ଘଟିଥାଏ। ଯଦି ଏ କର ଧାର୍ଯ୍ୟ କରାଯାଏ, ତେବେ ଗଚ୍ଛିତ ଧନ ଯେ ପୁଞ୍ଜିନିବେଶ ପାଇଁ ବ୍ୟବହାର କରାଯିବ ତା’ର କୌଣସି ଗ୍ୟାରେଣ୍ଟି ମଧ୍ୟ ନଥାଏ।
ଅଂଶଧନ ବୃଦ୍ଧି ଫଳରେ ମୁଖ୍ୟତଃ ଅଂଶଧନକାରୀମାନେ ପ୍ରମୁଖ ଲାଭାର୍ଥୀ ହୋଇଥା’ନ୍ତି କେବଳ ଉପାର୍ଜନ ଗଚ୍ଛିତ କରି ଓ ଲାଭାଂଶ ପାଇ। ଯେହେତୁ ଆଗରୁ ଅନେକ କର ଛାଡ଼ ବ୍ୟବସ୍ଥା ଅଛି, କର୍ପୋରେଟ ଟିକସ୍‌ କମ୍‌ କରିଦେଲେ ଏହା ରାଷ୍ଟ୍ରର କ୍ଷମତାକୁ ହ୍ରାସ କରିବ ଏବଂ ଏହା ଦ୍ବାରା ଧନିକ ବ୍ୟକ୍ତିଙ୍କର ହିଁ ଲାଭ ହେବ। ଏହା ସମ୍ପତ୍ତି କମ୍‌ ପୁଞ୍ଜିଲାଭ କର (capital gains tax)ବ୍ୟବସାୟ ଅନୁଷ୍ଠାନମାନଙ୍କର ପୁଞ୍ଜି ବୃଦ୍ଧିରେ ସହାୟକ ହୁଏ। ଫଳତଃ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଖୁବ୍‌ ବେଶି ଭଲ ପୁଞ୍ଜିପତିଙ୍କର ହୋଇଥାଏ। ଏ ପରିସ୍ଥିତି ଅସମାନତାକୁ ଆହୁରି ବେଶି ବଢ଼ାଇଦିଏ।
ଧନର ଏ ପ୍ରକାର ବିଷମ ବିତରଣ ପରିପ୍ରେକ୍ଷୀରେ, ୩୦କୋଟି ଟଙ୍କା ଉପରେ ୧% ସମ୍ପତ୍ତି କର ଧାର୍ଯ୍ୟ କରାଯିବା ଉଚିତ। ସଂପ୍ରତି ପ୍ରଚଳିତ ଥିବା ଆୟ ଉପରେ ୨% ସର୍‌ଚାର୍ଜ ଉଚିତ୍‌ ବିକଳ୍ପ ନୁହେଁ; ବରଂ ଏହା ଦ୍ବାରା ଆହୁରି ଅସମତାରେ ବୃଦ୍ଧି ହୋଇପାରେ। ‘ଆଧାର’ର ପ୍ରଚଳନ ପରେ, ସଂପତ୍ତି ସବୁ ଚିହ୍ନିତ କରି ଅଧିକ ଧନରାଶି ଉପରେ କର ଧାର୍ଯ୍ୟ କରାଯାଇପାରେ। ସେଇପରି ବଂଶାନୁକ୍ରମିକ କର (inheritance tax)ର ପୁନଃ ପ୍ରଚଳନ ହେବାର ଆବଶ୍ୟକତା ମଧ୍ୟ ରହିଛି। ଧନୀ ପରିବାରରେ ଜନ୍ମିତ ବ୍ୟକ୍ତି ବେଶ୍‌ ଭଲ କରିବ କାରଣ ସେ ଭଲ ଶିକ୍ଷାଲାଭ କରିବାର ସୁଯୋଗ ପାଇଛି। ମାତ୍ର ତା’ଠାରୁ ଅଧିକଯୋଗ୍ୟ ବ୍ୟକ୍ତି ତା ସାମ୍ନାରେ ହାରିଯିବାର ସମ୍ଭାବନା ଖୁବ୍‌ ବେଶି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ଭଲ ପରିବାରରୁ ଆସିଥିଲେ ଯେ ସଫଳ ହେବ ତାହା କୁହାଯାଇ ପାରିବନି। ସଂପତ୍ତି କର (ୱେଲଥ ଟାକ୍ସ) ଭାରତରେ ଉଚ୍ଛେଦ କରାଯାଇଛି। ଏହାର ଆଦାୟ ଏକ ଜଟିଳ ପ୍ରକ୍ରିୟା ଦେଇ ହେଉଥିଲା। ଆମେରିକାରେ ବି ଏହାକୁ ଉଚ୍ଛେଦ କରାଯାଇଛି। ଆଧାର ପ୍ୟାନ୍‌କାର୍ଡ ସହିତ ଯୋଡ଼ି ଏବେ ବଂଶାନୁକ୍ରମିକ କର କାମଟି ବେଶ୍‌ ସୁନ୍ଦର ଭାବେ କରାଯାଇପାରିବ। କିଛି ରିଆତି ବ୍ୟବସ୍ଥା ଲାଗୁ କରି ଏ ବ୍ୟବସ୍ଥା ଆରମ୍ଭ କରାଯାଇପାରେ। ଧରନ୍ତୁ, ପରିବାର ସୂତ୍ରରୁ ପାଇଥିବା ୧୦କୋଟି ଓ ଖୁବ୍‌ କମ୍‌ କର ଧାର୍ଯ୍ୟର ଏ ଆରମ୍ଭ କରାଯାଇପାରେ। ସେଇ ଗୋଟିଏ ପରିବାରରେ ଧନର ସ୍ଥାନାନ୍ତର ଉପରେ କୌଣସି ବଂଶାନୁକ୍ରମିକ କର ଲାଗୁ କରାଯିବ ନାହିଁ। ପରିବାରର ଲୋକେ ମିଶି ଗଠନ କରିଥିବା ଟ୍ରଷ୍ଟ ଉପରେ ଟିକସ୍‌ ବସିବା ଉଚିତ ଏବଂ ଦେଶ ବାହାରେ କୌଣସି ପାରିବାରିକ ଟ୍ରଷ୍ଟ ଗଠନକୁ ଅନୁମତି ଦିଆଯିବା ଉଚିତ ନୁହେଁ।
ଭାରତର ଅସମାନତା ବ୍ୟବସ୍ଥା ଏବେ ଏକ ନିର୍ଲଜ ଅବସ୍ଥାରେ ପହଞ୍ଚିଲାଣି। ଏହାକୁ ଆହୁରି ଖରାପ ଅବସ୍ଥା ଆଡ଼କୁ ଗତି କରିବାରୁ ନିବୃତ୍ତ କରିବା ଲାଗି ପଦକ୍ଷେପମାନ ନିଆଯିବା ଦରକାର। ଏହି ଅସମାନତା ହିଁ ବିକାଶର ବାଧକ। ଯେଉଁମାନେ ସମାଜର ପଛରେ ପଡ଼ି ଯାଇଛନ୍ତି ସେମାନଙ୍କୁ ଆଗକୁ ଆଣିବାକୁ ହେଲେ ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ, ସୁଷମ ଖାଦ୍ୟ ଓ ଉପଯୁକ୍ତ ପ୍ରଶିକ୍ଷଣ ଦେବାପାଇଁ ଆୟ ଉପରେ ନିର୍ଦିଷ୍ଟ କରଧାର୍ଯ୍ୟ, ସଂପତ୍ତିକର, ବଂଶାନୁକ୍ରମିକ କର ଉପରେ ନୀତି ପ୍ରଣୟନ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି। ଏବେ ହିଁ ସେ କାମ ଆରମ୍ଭ ହେବା ଦରକାର।

Leave A Reply