www.samajalive.in
Monday, December 8, 2025
13.1 C
Bhubaneswar

ନୀତିଶିକ୍ଷା- ପଣ୍ଡିତ ଚିଦାନନ୍ଦ ଏହା ଶୁଣିବା ପରେ ଦୁଇ ମୁଠା ଚଣା ମହିଳାଙ୍କୁ କାନିରେ ଦେଇ

ପଣ୍ଡିତ ଚିଦାମ୍ବର ଦୀକ୍ଷିତ ସନ୍ଥ ଭାବରେ ଖ୍ୟାତି ଅର୍ଜିଥିଲେ। କର୍ଣ୍ଣାଟକର ଏହି ସନ୍ଥ ଅସାଧାରଣ ଶକ୍ତିର ଅଧିକାରୀ ଥିଲେ। ତାଙ୍କର ଚମତ୍କାରୀ ଶକ୍ତିରେ ଆକର୍ଷିତ ହୋଇ ଦେଶବିଦେଶରୁ ଅନେକାନେକ ବ୍ୟକ୍ତି ଆସୁଥିଲେ ତାଙ୍କଠାରୁ ଆଶୀର୍ବାଦ ଗ୍ରହଣ ନିମନ୍ତେ। ସେ ଦିନ ଜଣେ ମହିଳା ପହଞ୍ଚିଥିଲେ ତାଙ୍କ ନିକଟରୁ ଆଶୀର୍ବାଦ ଗ୍ରହଣ ଉଦ୍ଦେଶ୍ୟରେ। ମହିଳାଙ୍କ ମୁଖମଣ୍ଡଳରେ ବିଷଣ୍ଣଭାବ ସ୍ପଷ୍ଟ ପରିଦୃଷ୍ଟ ହେଉଥିଲା। ତାଙ୍କୁ ଦେଖୁଦେଖୁ ପଣ୍ଡିତ ଚିଦାମ୍ବର ନିଶ୍ଚିତ ହୋଇଯାଇଥିଲେ ମହିଳା କୌଣସି ସଙ୍ଗିନ ସମସ୍ୟା ନେଇ ଆସିଛନ୍ତି। କିଛି ଆଗନ୍ତୁକ ସହ କଥା ହେଉଥିବା ପଣ୍ଡିତ ଚିଦାମ୍ବର ଆସିବାର କାରଣ ପଚାରନ୍ତେ ମହିଳା ପ୍ରକାଶ କରିଥିଲେ ଦୀର୍ଘବର୍ଷ ହେବ ବିବାହ କରିଥିଲେ ମଧ୍ୟ ସନ୍ତାନସୁଖରୁ ବଞ୍ଚିତ। ମାତୃତ୍ବ ଲାଭ ଆଶାରେ ଆସିଛନ୍ତି ଆଶୀର୍ବାଦ ନେବାକୁ। ମହିଳା ଏହା ମଧ୍ୟ କହିଥିଲେ ବିଗତ ବର୍ଷଗୁଡ଼ିକରେ ସେ ଅନେକ ବ୍ରତ-ଉପବାସ କରି ଆସିଛନ୍ତି ସନ୍ତାନ ଲାଭ ଆଶାରେ। ଅନେକ ସନ୍ଥଙ୍କ ଶରଣ ନେଇଛନ୍ତି। ହେଲେ ସବୁ ତାଙ୍କ ପାଇଁ ବ୍ୟର୍ଥ ହୋଇଛି, ମନୋକାମନା ଅପୂରଣ ରହିଛି।

ପଣ୍ଡିତ ଚିଦାନନ୍ଦ ଏହା ଶୁଣିବା ପରେ ଦୁଇ ମୁଠା ଚଣା ମହିଳାଙ୍କୁ କାନିରେ ଦେଇ ତାଙ୍କ କୁଟୀରର ଏକ କୋଣକୁ ଇଙ୍ଗିତ କରି କହିଥିଲେ- ମା’! ତୁମେ ସେହିଠାରେ ବସି ଏହି ଚଣା ଖାଉଥାଅ। ମୁଁ କିଛି ସମୟ ପରେ ତୁମକୁ ଡାକି ଯାହା କହିବା କଥା କହିବି। ଏହା କହି ଆଗନ୍ତୁକଙ୍କ ସହ ଆଲୋଚନାରେ ବ୍ୟସ୍ତ ରହିଲେ। ପଣ୍ଡିତଙ୍କର ନିବାସ ରାସ୍ତା ପାର୍ଶ୍ବରେ ଥିଲା। ମହିଳା ଜଣକ ତାଙ୍କ ଗୃହ ପିଣ୍ଡାର ଏକ କୋଣରେ ବସି ଚଣା ଖାଇବାରେ ଲାଗିଥାନ୍ତି। ରାସ୍ତାରେ ଖେଳୁଥିବା କିଛି ଲଙ୍ଗୁଳି ପିଲାଙ୍କ ନଜରରେ ପଡ଼ିଥିଲା ମହିଳା ଜଣକ କିଛି ଖାଉଥିବାର। ସେମାନେ ତାଙ୍କ ନିକଟକୁ ଆସି କିଛି ଚଣା ମାଗିଥିଲେ। ପିଲାମାନେ ତାଙ୍କ ପାଖରେ ଠିଆ ହୋଇ ଏହା ପାଇବା ଆଶାରେ ବଡ଼ ବିକଳ ଭାବରେ ଅନାଇଥିଲେ ମଧ୍ୟ ମହିଳା ଜଣକ ସେମାନଙ୍କୁ ଚଣା ଦେବା ପରିବର୍ତ୍ତେ ତାଙ୍କ ଆଡ଼କୁ ପଛକରି ଚଣା ଖାଉଥାନ୍ତି। ପିଲାମାନେ ଚାତକ ଭାବରେ ଚାହିଁଥିବା ପଣ୍ଡିତ ଦୀକ୍ଷିତଙ୍କ ନଜରରେ ପଡ଼ିଥିଲା।
ମହିଳାଙ୍କୁ ନିକଟକୁ ଡାକି କହିଥିଲେ- ‘ତୁମକୁ ମାଗଣାରେ ମିଳିଥିବା ଚଣା ପିଲାମାନଙ୍କୁ ନ ଦେଇ ଯେଭଳି ନିଷ୍ଠୁରତା ଦେଖାଇଛ ସେଥିରେ ଭଗବାନ କିପରି ତୁମକୁ ସନ୍ତାନସ୍ନେହ ଦେବେ ବୋଲି ଆଶା କରୁଛ? ସେ କିଭଳି ନିଜର ଏକ ପ୍ରେମମୟ ଆତ୍ମାକୁ ତୁମ ଗୃହକୁ ପଠାଇବେ? ପ୍ରଥମେ ସମତ୍ବ ଓ କରୁଣାଭାବ ଦେଖାଅ। ଯେତେବେଳେ ସମତ୍ବଭାବ ତୁମ ଅନ୍ତରରେ ବିକଶିତ ହେବ, ସେତେବେଳେ ପରମାତ୍ମାଙ୍କ କରୁଣା, ଅନୁଗ୍ରହ ତୁମର ପଶ୍ଚାତ୍‌ ଧାବନ କରିବ। ସେ ପର୍ଯ୍ୟନ୍ତ ତୁମେ ମାତୃତ୍ବଲାଭ କରିବା ଅସମ୍ଭବ। ଦେବଶିଶୁଙ୍କ ପ୍ରତି ତୁମର ଏଭଳି ନିର୍ଦୟ ଭାବ ଅକ୍ଷମଣୀୟ। ଏହା ତୁମକୁ ସନ୍ତାନ ସୁଖ ଦେବନାହିଁ। ଯଦି ସୌଭାଗ୍ୟବଶତଃ ସନ୍ତାନସୁଖ ପାଅ ତେବେ ଏହା ସ୍ଥାୟୀ ହେବନାହିଁ। ଜନନୀର ନିଷ୍ଠୁରତା ଭାବକୁ ଭଗବାନ କ୍ଷମା ଦେଇ ନଥାନ୍ତି।’
ମହିଳାଙ୍କ ଆଖି ଖୋଲିଯାଇଥିଲା। ନିଜ ଜୀବନକୁ ପରିମାର୍ଜିତ କରିବାକୁ ସେହିଠାରେ କଥା ଦେଇଥିଲେ ପଣ୍ଡିତ ଦୀକ୍ଷିତଙ୍କୁ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories