www.samajalive.in
Saturday, December 6, 2025
16.1 C
Bhubaneswar

ଆଧୁନିକ ଭାରତର ସର୍ବଶ୍ରେଷ୍ଠ ବୈଦିକଦର୍ଶନର ଦାର୍ଶନିକ ଓ ସମାଜ ସଂସ୍କାରକ   ସ୍ବାମୀ ବିବେକାନନ୍ଦ

ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ
ଆଧୁନିକ ଭାରତର ସର୍ବଶ୍ରେଷ୍ଠ ବୈଦିକଦର୍ଶନର ଦାର୍ଶନିକ ଓ ସମାଜ ସଂସ୍କାରକ   ସ୍ବାମୀ ବିବେକାନନ୍ଦ କେବଳ ଭାରତରେ ନୁହେଁ, ୟୁରୋପ, ଆମେରିକା ଓ ଏସିଆର ବିଭିନ୍ନ ଦେଶ​‌େ​‌ର ଖ୍ୟାତିଅର୍ଜନ କରିଥିଲେ। ସେ ୧୮୬୩ ଜାନୁଆରୀ ୧୨ରେ ଜନ୍ମଗ୍ରହଣ କରିଥିଲେ ଓ ୧୯୦୨ ଜୁଲାଇ ୪ରେ ମୃତ୍ୟୁବରଣ କରିଥିଲେ। ସେ ମାତ୍ର ୩୯ ବର୍ଷ ଜୀବିତ ଥିଲେ ଓ ଏହି ସ୍ବଳ୍ପକାଳ ମଧ୍ୟରେ ସେ ସମଗ୍ର ବିଶ୍ବକୁ ପ୍ରଭାବିତ କରିପାରିଥିଲେ। ୧୮୯୩ରେ ଆମେରିକାର ଚିକାଗୋ ସହରରେ ଅନୁଷ୍ଠିତ ବିଶ୍ବ ଧର୍ମ ପାର୍ଲାମେଣ୍ଟରେ ତାଙ୍କର ଓଜସ୍ବିନୀ ବକ୍ତବ୍ୟ ତାଙ୍କୁ ସମଗ୍ର ବିଶ୍ବରେ ପରିଚିତ କରାଇଥିଲା। ସେ ହିନ୍ଦୁ ଧର୍ମ ଦର୍ଶନକୁ ବିଶ୍ବ ଦରବାରରେ ଉପସ୍ଥାପନ କରି ଭାରତର ସମ୍ମାନ ବହୁଗୁଣ ବଢ଼ାଇ ପାରିଥିଲେ। ସ୍ବାମୀ ବିବେକାନନ୍ଦଙ୍କ ଦର୍ଶନ ଥିଲା ବିଶ୍ବ ଦର୍ଶନ। ତାଙ୍କର ଗୁରୁ ରାମକୃଷ୍ଣ ପରମହଂସ କହୁଥିଲେ – ‘ସବୁ ଧର୍ମ ହିଁ ସତ୍ୟ’।
ସ୍ବାମୀ ବିବେକାନନ୍ଦ ଜନ୍ମ ଗ୍ରହଣ ପରେ ନରେନ୍ଦ୍ର ନାଥ ଦତ୍ତ ଭାବରେ ପରିଚୟ ଲାଭ କରିଥିଲେ। ୧୮୯୩ରେ ସେ ବିଦେଶ ଯିବା ପୂର୍ବରୁ ଭାରତର ଜଣେ ରାଜା ତାଙ୍କୁ ସ୍ବାମୀ ବିବେକାନନ୍ଦ ଭାବେ ନୂତନ ନାମରେ ସମ୍ବୋଧନ କଲେ ଓ ସେବେଠାରୁ ସେ ସ୍ବାମୀ ବିବେକାନନ୍ଦ ନାମରେ ଖ୍ୟାତି ଅର୍ଜନ କରିଛନ୍ତି। ବିବେକାନନ୍ଦ ପ୍ରାୟ ୪ ବର୍ଷ ଆମେରିକାରେ ରହି ଶତାଧିକ ଧର୍ମ ସଭାରେ ବକ୍ତବ୍ୟ ରଖିଥିଲେ। ତାଙ୍କ ମତରେ ଧର୍ମ କେବଳ ତତ୍ତ୍ବ ନୁହେଁ ବରଂ ଜୀବନ ପ୍ରଣାଳୀ ପାଇଁ ଏକ ଦର୍ଶନ। ଏହା ମଣିଷକୁ ବର୍ବରତାରୁ ମନୁଷ୍ୟତାକୁ ନେଇଯାଇଥାଏ। ସେ ତାଙ୍କ ସମୟର ଧର୍ମୀୟ ଋଢ଼ିବାଦୀ କାର୍ଯ୍ୟକ୍ରମର ସମାଲୋଚନା କରୁଥିଲେ।
ଜନାର୍ଦ୍ଦନ ପତି, ମୋ-୯୪୩୭୦୦୭୭୭୦

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories