ବୃକ୍ଷକୁ ସମାଧି !

0

ପ୍ରକୃତିପ୍ରେମୀ ଲୋକଙ୍କ ଭାବନାର ପଟାନ୍ତର ନାହିଁ। ଏମାନେ ପ୍ରକୃତିଦତ୍ତ ଉପହାରକୁ ଯଥୋଚିତ ସମ୍ମାନ ଦେଖାଇବାରେ ବେଶ୍ ପାରଙ୍ଗମ ବୋଲି କହିଲେ ଭୁଲ୍ ହେବନାହିଁ। ଉତ୍ତରାଖଣ୍ଡର ଉତ୍ତର-କାଶୀଠାରୁ ୧୬୨ କି.ମି ଦୂର ମୋରୀ ଗ୍ରାମର ଜଙ୍ଗଲରେ ଥିଲା ଏସିଆର ସବୁଠୁ ବୟସ୍କ ବୃକ୍ଷ। ୨୨୦ ବର୍ଷ ପୁରାତନ ଏଇ ଗଛର ମୋଟେଇ ୨.୭୦ ମିଟର ଓ ଉଚ୍ଚତା ୬୦.୬୫ ମିଟର ଥିଲା। ୧୯୯୭ରେ କେନ୍ଦ୍ରୀୟ ବନ ଓ ପର୍ୟ୍ୟାବରଣ ବିଭାଗ ଏଇ ବୃକ୍ଷକୁ ସର୍ବୋଚ୍ଚ ବୃକ୍ଷ ଭାବେ ଘୋଷିତ କରିଥିଲା।

prayash

୨୦୦୨ବେଳକୁ ଏଇ ବିଶାଳକାୟ ବୟସ୍କ ବୃକ୍ଷ ‘ଗେନୋଡର୍ମା ଏପ୍ଲେନଟ୍ସ’ ନାମକ କବକ ରୋଗାକ୍ରାନ୍ତ ହୋଇଥିଲା। ବୃକ୍ଷର ଭିତର ଭାଗ ଧୀରେଧୀରେ ଖୋଳ ହେବାକୁ ଲାଗିଲା। ୨୦୦୭ ମେ୮ରେ ସ୍ଥାନୀୟ ଅଞ୍ଚଳରେ ହୋଇଥିବା ଏକ ଝଡ଼ତୋଫାନରେ ଶେଷରେ ବୃକ୍ଷଟି ଧରାଶାୟୀ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ପ୍ରକୃତିପ୍ରେମୀମାନେ ଏହି ଖବରରେ ଦୁଃଖିତ ହେବା ସହ ଏକ ସୁନ୍ଦର ପଦକ୍ଷେପ ନେବାକୁ ଯୋଜନା କଲେ। ବନବିଭାଗ ଅଧିକାରୀଙ୍କ ପରାମର୍ଶ ସହ ଏହି ବୃକ୍ଷକୁ ସମାଧି ଦେବାର ଯୋଜନା କରାଗଲା। ଏହା ବୋଧହୁଏ, ବିଶ୍ବର ଏକମାତ୍ର ବୃକ୍ଷ ଯାହାକୁ ସମାଧି ଦିଆଯାଇଛି।

Leave A Reply