www.samajalive.in
Saturday, December 13, 2025
26.1 C
Bhubaneswar

୨୦୨୪ ସବୁଠୁ ଉତ୍ତପ୍ତ ବର୍ଷ

ଭୁବନେଶ୍ବର: ୨୦୨୪ବର୍ଷ ଥିଲା ସବୁଠୁ ଉତ୍ତପ୍ତ ବର୍ଷ। ୧୯୦୧ ମସିହା ପରେ ଭାରତରେ ୨୦୨୪ ସବୁଠାରୁ ଉତ୍ତପ୍ତ ବର୍ଷ। ୨୦୨୪ରେ ହାରାହାରି ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୦.୯୦ଡିଗ୍ରୀ ସେଲସିୟସ୍ ଅଧିକ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି।

ଆଭାସି ଜରିଆରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, କେବଳ ୨୦୨୪ରେ ସାରା ଭାରତରେ ବାର୍ଷିକ ହାରାହାରି ସ୍ଥଳଭାଗ ବାୟୁର ତାପମାତ୍ରା ଦୀର୍ଘକାଳୀନ ହାର (୧୯୯୧-୨୦୨୦ ଅବଧି)ଠାରୁ ୦.୬୫ ଡିଗ୍ରୀ ସେଲସିୟସ୍ ଅଧିକ ଥିଲା। ଏହା ୨୦୧୬ ତାପମାତ୍ରା ରେକର୍ଡକୁ ମଧ୍ୟ ଅତିକ୍ରମ କରିଛି। ୨୦୧୬ରେ ହାରାହାରି ତାପମାତ୍ରା ସ୍ୱାଭାବିକଠାରୁ ୦.୫୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା, ତେଣୁ ୨୦୨୪ବର୍ଷ ୧୯୦୧ ମସିହା ପରେ ସବୁଠାରୁ ଉତ୍ତପ୍ତ ବର୍ଷ ଭାବରେ ରେକର୍ଡ କରାଯାଇଛି। କେବଳ ଭାରତରେ ନୁହେଁ, ୟୁରୋପୀୟ ଜଳବାୟୁ ଏଜେନ୍ସି ‘କପର୍ନିକସ୍’ ୨୦୨୪ ମସିହା ସମ୍ଭବତଃ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା। ବିଶ୍ୱ ପାଣିପାଗ ଆଟ୍ରିବ୍ୟୁସନ୍ ଏବଂ କ୍ଲାଇମେଟ୍ ସେଣ୍ଟ୍ରାଲର ମିଳିତ ସମୀକ୍ଷାରେ ଦର୍ଶାଯାଇଛି ଯେ, ପୂର୍ବବର୍ଷଗୁଡ଼ିକ ତୁଳନାରେ ୨୦୨୪ରେ ସମଗ୍ର ବିଶ୍ୱରେ ହାରାହାରି ୪୧ ଦିନ ଅତିରିକ୍ତ ଅତ୍ୟଧିକ ଉତ୍ତାପ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ଗତ ନଭେମ୍ବରରେ ମଧ୍ୟ ଗରମ ଅଧିକ ଥିଲା। ସାଧାରଣତଃ ନଭେମ୍ବର ପୂର୍ବରୁ ଶୀତ ଆରମ୍ଭ ହୋଇଯାଏ, କିନ୍ତୁ ଏଥର ସେପରି ଥଣ୍ଡା ନଥିଲା। ୧୯୦୧ ପରଠାରୁ ଏହା ଦ୍ୱିତୀୟ ଉତ୍ତପ୍ତ ନଭେମ୍ବର ବୋଲି ପାଣିପାଗ ବିଭାଗ କହିଛି। ସେତେବେଳେ ହାରାହାରି ସର୍ବାଧିକ ତାପମାତ୍ରା ୨୯.୩୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା, ଯାହା ଋତୁର ସାଧାରଣ ତାପମାତ୍ରା (୨୮.୭୫ଡିଗ୍ରୀ)ଠାରୁ ୦.୬୨୩ ଡିଗ୍ରୀ ଅଧିକ ଥିଲା। ସେହିଭଳି ଗତ ଅକ୍ଟୋବର ମଧ୍ୟ ୧୯୦୧ ମସିହା ପରେ ସବୁଠାରୁ ଉତ୍ତପ୍ତ ଥିଲା। ପାଣିପାଗ ବିଭାଗ କହିଛି ଯେ ସେହି ମାସରେ ହାରାହାରି ତାପମାତ୍ରା ସାଧାରଣ ଅପେକ୍ଷା ୧.୨୩ଡିଗ୍ରୀ ଅଧିକ ରେକର୍ଡ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories