ପାକିସ୍ତାନରେ ପାଣିରୁ ସୁନା ବାହାର କରୁଛନ୍ତି ଲୋକେ! ଭଡ଼ାରେ ଆଣୁଛନ୍ତି ମେସିନ୍‌

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରେ ଲୋକେ ପାଣିରୁ ସୁନା ବାହାର କରୁଛନ୍ତି। ବିଶେଷ କଥା ହେଉଛି, ଲୋକ ଏବେ ଭଡ଼ାରେ ମେସିନ୍‌ ଆଣି ଜୋରସୋରରେ ଏହି କାମ ଚଳାଇଛନ୍ତି। କିନ୍ତୁ ପାଣିରୁ ସୁନା ବାହାର କରିବାର ଏହି କାମ ବେଆଇନ, ଯାହାକୁ ରୋକିବାକୁ ପୁଲିସ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛି। ରିପୋର୍ଟ ଅନୁସାରେ, ଅନୁମତି ନଥିବା ସତ୍ବେ ପାକିସ୍ତାନରେ ସିନ୍ଧୁ  ଓ ଅବାସିନ୍‌ ନଦୀରୁ ସୁନା ବାହାର କରାଯାଉଛି। ଖୈବର-ପଖ୍‌ତୁନ୍‌ଖ୍ବା ନୌଶହରାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏଠାରେ ଲୋକେ ବେଆଇନ ଭାବେ ସିନ୍ଧୁ ନଦୀରୁ ସୁନା ବାହାର କରୁଛନ୍ତି। ଏଥିପାଇଁ ଲୋକେ ଅନେକ ମେସିନ୍‌ ମଧ୍ୟ ଭଡ଼ାରେ ନେଇଛନ୍ତି।

prayash

ଏକ ରିପୋର୍ଟରୁ ସାମ୍ନାକୁ ଆସିଛି ଯେ, ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କା ଦେଇ ଏକ୍ସକାଭେଟର ମେସିନ୍‌ ଭଡ଼ାରେ ନେଉଛନ୍ତି, ଯେଉଁଥିରେ ପାଣିରୁ ବାଲି ବାହାର କରାଯାଇ ସେଥିରୁ ସୁନା ବାହାର କରାଯାଇଥାଏ। ଏଠାରେ ସୂଚନାଯୋଗ୍ୟ, କିଛି ପଥରରେ ସୁନା ଥାଏ ଏବଂ ତାହା ଗ୍ଲାସିୟର, ବର୍ଷା, ବନ୍ୟା ଆଦିରେ ପାଣିରେ ଭାସି ଆସିଥାଏ। ଏହା ନଦୀ ବାଲିରେ ମିଶି ଯାଇଥାଏ। ଲୋକେ ସେ ବାଲିକୁ ଖୋଳି ନେଇ ସେଥିରୁ ସୁନା କାଢି ନିଅନ୍ତି। କିଛି ସ୍ଥାନରେ ଏହାର ପରିମାଣ ଅଧିକ ଥାଏ, ତେଣୁ ସେଠାରୁ ଅଧିକ ଖନନ କରାଯାଇଥାଏ। ଏଥିପାଇଁ ଲୋକେ ପାଣିରୁ ବାଲି ଛାଣି ଏକ କାର୍‌ପେଟ୍‌ ଉପରେ ଏକାଠି କରନ୍ତି ଏବଂ ସେଥିରୁ ସୁନା ବାହାର କରନ୍ତି।

Comments are closed.