www.samajalive.in
Monday, December 8, 2025
27.1 C
Bhubaneswar

ମହାପ୍ରସାଦ ନାଁରେ ଖଜା ବିକିଲେ କାର୍ଯ୍ୟାନୁଷ୍ଠାନ

ପୁରୀ : ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାମରେ ଖଜା ବିକ୍ରି ହେଉଥିବା ନେଇ ପ୍ରମାଣ ମିଳିଛି। ଫଳରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ପ୍ରକାଶ କରିଛନ୍ତି। ବଡ଼ଦାଣ୍ଡରେ କିଛି ବ୍ୟବସାୟୀ ମହାପ୍ରସାଦ ନାମରେ ଖଜା ବିକ୍ରି କରୁଛନ୍ତି। ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ସମସ୍ତ ଖଜା ବ୍ୟବସାୟୀଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ଭିତରେ ସୂପକାରଙ୍କ ଦ୍ବାରା ଖଜା ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କ ନିକଟରେ ଭୋଗ କରିବା ପରେ ଆନନ୍ଦ ବଜାରରେ ବିକ୍ରି କରାଯାଇଥାଏ। ଏହାକୁ ଖଜା ଭୋଗ କୁହାଯାଏ ବୋଲି ସେ ସୂଚନା ଦେଇଛନ୍ତି। ପ୍ରକାଶଯୋଗ୍ୟ, ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ସମେତ ବସ୍‌ଷ୍ଟାଣ୍ଡ ଏବଂ ସମୁଦ୍ରକୂଳ ପର୍ଯ୍ୟନ୍ତ ଛତୁ ଫୁଟିଲା ଭଳି ଖଜା ଦୋକାନ ରହିଛି। ଖଜା ଦୋକାନୀମାନେ ପୁରୀ ଆସୁଥିବା ଯାତ୍ରୀଙ୍କୁ ମହାପ୍ରସାଦ ଭୋଗ କହି ଖଜା ବିକ୍ରି କରିଥାନ୍ତି। ଶ୍ରଦ୍ଧାଳୁ ଏହାର ମାନ ନ ଜାଣି ଆଗ୍ରହ ସହକାରେ କିଣି ନିଜ ଅଞ୍ଚଳରେ ମହାପ୍ରସାଦ ଭୋଗ ବୋଲି କହି ପାଖ ପଡ଼ୋଶୀଙ୍କୁ ଦେଇଥାନ୍ତି। ଶ୍ରୀମନ୍ଦିର ଭୋଗ କହି ଶ୍ରଦ୍ଧାଳୁଙ୍କୁ ଏଭଳି ଠକେଇ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଗତ ମାସରେ ଅଭିଯୋଗ ଆସିଥିଲା। କିଛି ସ୍ଥାନରେ ଏହି ଖଜାର ପ୍ରସ୍ତୁତି ସମୟରେ ଆଣ୍ଠୁ ଏବଂ ଖାଲି ପାଦରେ ମଇଦାକୁ ଚକଟି କରାଯାଉଥିବା ବେଳେ ଅପମିଶ୍ରିତ ତେଲ ବ୍ୟବହାର ହେଉଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ଖଜା ଦୋକାନୀ ମହାପ୍ରଭୁଙ୍କ ମହାପ୍ରସାଦ ଭୋଗ କରି ଶ୍ରଦ୍ଧାଳୁଙ୍କୁ ଠକୁଥିବା ଭଳି ସ୍ପର୍ଶକାତର ବିଷୟ ସାମ୍ନାକୁ ଆସିଥିଲା। ଶନିବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଖଜା ବ୍ୟବସାୟୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଅଭିଯୋଗ ପରେ ଅପମିଶ୍ରିତ ତଥା ନିମ୍ନମାନର ଖଜାକୁ ନେଇ ଜିଲା ଜନସ୍ବାସ୍ଥ୍ୟ ବିଭାଗର ଚେତା ପଶିଥିଲା। ଗତ ୨ଦିନ ମଧ୍ୟରେ ଏକାଧିକ ଦୋକାନରେ ଚଢ଼ଉ କରି ପ୍ରାୟ ୧୦୦ କି.ଗ୍ରା.ର ଖଜା ଏବଂ ପ୍ରସ୍ତୁତ ସାମଗ୍ରୀକୁ ନଷ୍ଟ କରାଯାଇଛି। ସେମାନଙ୍କଠାରୁ ପ୍ରାୟ ୨୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories