www.samajalive.in
Monday, December 15, 2025
14.1 C
Bhubaneswar

ଓୟୋର ନୂଆ ନିୟମ, ଏଣିକି କେବଳ ବିବାହିତ ଦମ୍ପତିଙ୍କୁ ପ୍ରବେଶ ନିମନ୍ତେ ମିଳିବ ଅନୁମତି

ନୂଆଦିଲ୍ଲୀ : ଓୟୋ ରୁମ୍ ନିଜ ଚେକ୍ ଇନ୍ ନିୟମରେ ପରିବର୍ତ୍ତନ କରିଛି । ହୋଟେଲ ଏବଂ ଟ୍ରାଭେଲ ବୁକିଂ କରୁଥିବା କମ୍ପାନୀ ଓୟୋ ନିଜ ଗ୍ରାହକଙ୍କୁ ବଡ ଝଟକା ଦେଇ ଚେକ୍ ଇନ୍ ନିୟମରେ ପରିବର୍ତ୍ତନ ଆଣିଛି । ଏଣିକି କେବଳ ବିବାହିତ ଦମ୍ପତିଙ୍କୁ ଚେକ୍-ଇନର ଅନୁମତି ମିଳିବ ।

ଓୟୋ ପାର୍ଟନର ହୋଟେଲଗୁଡିକ ପାଇଁ ନୂଆ ଚେକ୍-ଇନ୍ ପଲିସି ନେଇଆସିଛି । ନୂଆ ନିୟମ ଅନୁସାରେ ଅବିବାହିତ ଦମ୍ପତିଙ୍କୁ ହୋଟେଲରେ ଚେକ୍-ଇନ୍ କରିବା ପାଇଁ ଅନୁମତି ମିଳିବନି  । କମ୍ପାନୀ ମିରଟରେ ଏହି ନୂଆ ନିୟମ ଆରମ୍ଭ କରିଦେଇଛି । ଧିରେ ଧିରେ ସାରା ଦେଶରେ ଏହି ନିୟମ ଲାଗୁ କରିବ କମ୍ପାନୀ ।

- Advertisement -

ହୋଟେଲ ରୁମରେ ଚେକ୍-ଇନ୍ କରିବା ସମୟରେ ସମସ୍ତଙ୍କୁ ଏଣିକି ଉଭୟଙ୍କ ସମ୍ପର୍କର ବୈଧ ପ୍ରମାଣପତ୍ର ଦେଖାଇବାକୁ ପଡିବ । ଅନଲାଇନରେ କରାଯାଇଥିବା ବୁକିଂରେ ମଧ୍ୟ ଏହି ନିୟମ ଲାଗୁ ହେବ । କମ୍ପାନୀ କହିଛି କି ସମସ୍ତଙ୍କ ବ୍ୟକ୍ତିଗତ ସ୍ବାଧୀନତାକୁ ସମ୍ମାନ କରାଯାଉଛି କିନ୍ତୁ ସମାଜ ପାଇଁ କିଛି କର୍ତ୍ତବ୍ୟ ମଧ୍ୟ ରହିଛି । ଆଗକୁ ମଧ୍ୟ ଆଉ କିଛି ନିୟମର ସମୀକ୍ଷା କରିବ ବୋଲି କମ୍ପାନୀ ସୂଚନା ଦେଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories