www.samajalive.in
Monday, December 15, 2025
14.1 C
Bhubaneswar

ଜର୍ଜ ସୋରସଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ ଘୋଷଣା, ଏଲନ ମସ୍କଙ୍କ ସମାଲୋଚନା

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶିଳ୍ପପତି ଜର୍ଜ ସୋରସଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ପ୍ରେସିଡେନସିଆଲ ମେଡାଲ ଅଫ ଫ୍ରୀଡମ’ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହାକୁ ଏ​‌ବେ କଡ଼ା ସମାଲୋଚନା କରିଛନ୍ତି ଏଲନ ମସ୍କ। ନିକଟରେ ଶେଷ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଏଲନ ମସ୍କ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଏକପାଖିଆ ସମର୍ଥନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ବିଜୟ ମିଳିଥିଲା। ବିଦାୟୀ ରାଷ୍ଟ୍ରପତି ବାଇଡେନ ସୋରସଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ ନେଇ ଘୋଷଣା କରିବା ପରେ ମସ୍କ ଏହାକୁ ହାସ୍ୟାସ୍ପଦ ବୋଲି କହିଛନ୍ତି। ଏହାକୁ ନେଇ ମସ୍କ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ମସ୍କ ଲେଖିଛନ୍ତି, ମୋ ବିଚାର ଅନୁସାରେ ଜର୍ଜ ସୋରସ ମୂଳ ରୂପରେ ମାନବ ସମାଜକୁ ଘୃଣା କରନ୍ତି। ସେ ଏପରି କାର୍ଯ୍ୟ କରୁଛନ୍ତି ଯାହା ମାନବ ସଭ୍ୟତାକୁ ନଷ୍ଟ କରିବାରେ ଲାଗିଛି।

ଜର୍ଜ ସୋରସ ହେଉଛନ୍ତି ଆମେରିକାର ଜଣେ ଶିଳ୍ପପତି। ତାଙ୍କ ଜନମ ହଙ୍ଗେରୀରେ ଏକ ୟେହୁଦୀ ପରିବାରରେ ହୋଇଥିଲା। ହିଟଲରଙ୍କ ନାଜି ଜର୍ମାନୀରେ ଯେତେବେଳେ ୟେହୁଦୀମାନଙ୍କୁ ହତ୍ୟା କରୁଥିଲେ ସେତେବେଳେ ସୋରସ କୌଣସି ପ୍ରକାରେ ଖସି ଆସିଥିଲେ। ୯୪ ବର୍ଷୀୟ ସୋରସ ନିଜକୁ ଦାର୍ଶନିକ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ବୋଲି କୁହନ୍ତି। କିନ୍ତୁ ଅନେକ ଦେଶରେ ସେ ରାଜନୈତିକ ପୃଷ୍ଠଭୂମି ଏବଂ ସମାଜକୁ ପ୍ରଭାବିତ କରିବା ଭଳି ଏଜେଣ୍ଡା ଚଳାଇଥାଆନ୍ତି ବୋଲି ଅଭିଯୋଗ ହୋଇଆସୁଛି।

- Advertisement -

ସେ ଭାରତ ବିରୋଧୀ ତତ୍ତ୍ଵ ଏବଂ ସଂଗଠନକୁ ପ୍ରୋତ୍ସାହିତ କରୁଥିବା ନେଇ ନିକଟରେ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା। ଏପରି କି ସୋରସଙ୍କ ସହିତ କଂଗ୍ରେସର ସମ୍ପର୍କ ଥିବା ନେଇ ବିଜେପି ଅଭିଯୋଗ କରିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories