୧୦ ଡିଗ୍ରୀ ତଳେ ୯ ସହର: ଜି.ଉଦୟଗିରି ସବୁଠୁ ଥଣ୍ଡା
ଭୁବନେଶ୍ଵର: ଜାଡରେ ଥରୁଛି ସାରା ଓଡିଶା। ୧୦ ଡିଗ୍ରୀ ତଳେ ୯ ସହରର ତାପମାତ୍ରା। ୫ ଡିଗ୍ରୀ ତାପମାତ୍ରା ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି। ସେମିଳିଗୁଡାରେ ୫.୯, ଫୁଲବାଣୀ ୮, ଦାରିଙ୍ଗବାଡି ୮.୫, କୋରାପୁଟ ୯.୪ , ରାଉରକେଲାରେ ୯.୫, ଝାରସୁଗୁଡା, ଭବାନୀପାଟଣା ଓ ନବରଙ୍ଗପୁରରେ ୯.୮ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ସପ୍ତାହେ ଯାଏଁ ଅର୍ଥାତ ୯ ତାରିଖ ଯାଏ ପାଗ ଶୁଖିଲା ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ଅନୁଭୂତ ହେବ । ସେପଟେ ଘନ କୁହୁଡି ନେଇ ୪ ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି।
Comments are closed.