www.samajalive.in
Monday, December 15, 2025
15.1 C
Bhubaneswar

ପୋତିହୋଇପଡୁଛି ନଦୀଶଯ୍ୟା, ୨୦୫୦ ସୁଦ୍ଧା ୨୬% ଜଳଧାରଣ କ୍ଷମତା ହରାଇବେ ଭାରତର ପ୍ରାୟ ୩,୭୦୦ ଡ୍ୟାମ୍

ନୂଆଦିଲ୍ଲୀ : ନଦୀଶଯ୍ୟା ପୋତିହୋଇପଡୁଥିବାରୁ ୨୦୫୦ ସୁଦ୍ଧା ଭାରତର ପ୍ରାୟ ୩,୭୦୦ ନଦୀବନ୍ଧ ଜଳଧାରଣ କ୍ଷମତାର ୨୬ ପ୍ରତିଶତ ହରାଇବେ ବୋଲି ଜାତିସଂଘର ଏକ ଅଧ୍ୟୟନରୁ ଜଣାପଡିଛି। ଫଳରେ ଆଗାମୀ ଦିନରେ ଜଳ ସୁରକ୍ଷା ଜନିତ ସମସ୍ୟା ସୃଷ୍ଟି ହେବା ସହ ଜଳସେଚନ, ଜଳବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେବ ବୋଲି ସତର୍କ କରିଦିଆଯାଇଛି।

୨୦୧୫ରେ କେନ୍ଦ୍ରୀୟ ଜଳ ଆୟୋଗ ଦେଇଥିବା ରିପୋର୍ଟ ଅନୁଯାୟୀ ଦେଶରେ ୫୦ ବର୍ଷ କିମ୍ବା ଏହାଠାରୁ ଅଧିକ ପୁରୁଣା ହୋଇଥିବା ୧୪୧ ବୃହତ୍ ଜଳଭଣ୍ଡାର ମଧ୍ୟରୁ ଏକଚତୁର୍ଥାଂଶ ସେମାନଙ୍କ ପ୍ରାଥମିକ ଜଳଧାରଣ କ୍ଷମତାର ୩୦ ପ୍ରତିଶତ ହରାଇ ସାରିଲେଣି ।

- Advertisement -

ଅପରପକ୍ଷରେ ୧୦୨୧ରେ ଜାତିସଂଘର ଜଳ ପରିବେଶ ଓ ସ୍ବାସ୍ଥ୍ୟ ସମ୍ପର୍କିତ ୟୁନିଭର୍ସିଟି ଇନ୍‌ଷ୍ଟିଚ୍ୟୁଟ୍ (ୟୁଏନ୍‌ୟୁ- ଆଇଏନ୍‌ଡହ୍ଲାଇଏଚ୍) ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ଦର୍ଶାଯାଇଛି ଯେ ଅବବାହିକା ଉପରମୁଣ୍ଡରୁ ବହିଆସୁଥିବା ବାଲି, ଶିଳାଖଣ୍ଡ ଓ ଅନ୍ୟାନ୍ୟ ବର୍ଗ୍ୟ ସାମଗ୍ରୀ ଯୋଗୁ ନଦୀଶଯ୍ୟା ପୋତିହେବାରେ ଲାଗିଛି। ସାରା ବିଶ୍ବରେ ପ୍ରାୟ ୫୦ ହଜାର ବୃହତ୍ ଡ୍ୟାମ୍‌ରେ ଏଭଳି ସମସ୍ୟା ଦେଖାଦେଇଛି।

ସେମାନେ ମୂଳ ଜଳଧାରଣ କ୍ଷମତାର ୧୩ରୁ ୧୯ ପ୍ରତିଶତ ହରାଇଥିବା ଜଣାପଡିଛି।
ଏହି ଅଧ୍ୟୟନ ରିପୋର୍ଟ ଅନୁଯାୟୀ ୧୫୦ ଦେଶର ୪୭,୪୦୩ ବୃହତ୍ ଡ୍ୟାମ୍‌ର ମୂଳ ଜଳଧାରଣ କ୍ଷମତା ୬,୩୧୬ ବିଲିୟନ ଘନମିଟର ଥିଲା, ଯାହା ୨୦୫୦ ସୁଦ୍ଧା ୪,୬୬୫ ବିଲିୟନ ଘନମିଟରକୁ ହ୍ରାସ ପାଇବ ବୋଲି ଆଶଙ୍କା ପ୍ରକାଶ କରାଯାଇଛି। ୧,୬୫୦ ବିଲିୟନ ଘନମିଟର ଜଳଧାରଣ କ୍ଷମତା ହ୍ରାସ ଅର୍ଥ ଏହା ଭାରତ, ଚାଇନା, ଇଣ୍ଡୋନେସିଆ, ଫ୍ରାନ୍ସ ଓ କାନାଡା ବାର୍ଷିକ ବ୍ୟବହାର କରୁଥିବା ମୋଟ ଜଳ ପରିମାଣ ସହ ସମାନ ବୋଲି କୁହାଯାଇପାରିବ।

ବିଶ୍ବର ସର୍ବାଧିକ ନଦୀବନ୍ଧ ଅଞ୍ଚଳ ଭାବେ ପରିଚିତ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଗତବର୍ଷଗୁଡିକରେ ମୂଳ ଜଳଧାରଣ କ୍ଷମତାର ୧୩ ପ୍ରତିଶତ ହ୍ରାସ ପାଇଥିବା ଆକଳନ କରାଯାଇଛି। ସେହି ଅନୁଯାୟୀ ହିସାବ କଲେ ଉକ୍ତ ନଦୀବନ୍ଧଗୁଡ଼ିକ ୨୦୫୦ ବେଳକୁ ମୂଳ ଜଳଧାରଣ କ୍ଷମତାର ଏକ ଚତୁର୍ଥାଂଶ ହରାଇବେ ବୋଲି ୨୦୨୪ରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି। ଏହି ଅଞ୍ଚଳରେ ବିଶ୍ଵ ଜନସଂଖ୍ୟାର ୬୦ ପ୍ରତିଶତ ବସବାସ କରୁଛନ୍ତି।

ଚାଇନାରେ ମଧ୍ୟ ୨୦୫୦ ବେଳକୁ ବୃହତ୍ ନ‌ଦୀବନ୍ଧଗୁଡ଼ିକର ଜଳଧାରଣ କ୍ଷମତା ୧୦ ପ୍ରତିଶତ ହ୍ରାସ ଘଟିବ ବୋଲି ଉକ୍ତ ଅଧ୍ୟୟନରେ ଆକଳନ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories