୩ ଦିନ ଯାଏଁ ୫ ଜିଲ୍ଲାକୁ କୁହୁଡି ଆଲର୍ଟ
ଭୁବନେଶ୍ଵର: ଆସନ୍ତା ୩ ଦିନ ଯାଏଁ ୫ ଜିଲ୍ଲାରେ କୁହୁଡି ନେଇ ଆଲର୍ଟ ଜାରି କରାଯାଇଛି। ଏସବୁ ଜିଲ୍ଲା ଗୁଡିକ ହେଉଛି କେନ୍ଦୁଝର, ଝାରସୁଗୁଡା, କଳାହାଣ୍ଡି , ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲା। ସେପଟେ ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ଶୀତ ଅନୁଭୁତ ହେବ। ଏହାପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ ହୋଇଛି।
Comments are closed.