www.samajalive.in
Wednesday, December 10, 2025
23.1 C
Bhubaneswar

ରସୁଲଗଡ ହତ୍ୟାକାଣ୍ଡ ଘଟଣା; ୩ ଅଟକ

ଭୁବନେଶ୍ୱର : ରସୁଲଗଡ-ବାଣୀବିହାରର ମୁଖ୍ୟ ରାସ୍ତା ଓଭରବ୍ରିଜ୍‌ ଉପରେ ବୁଧବାର ଭୋର ସମୟରେ ବିଚ୍‌ ରାସ୍ତା ଉପରେ ସଫେଇ କର୍ମଚାରୀ ସହଦେବଙ୍କୁ ନିର୍ମମ ହତ୍ୟା ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଏନେଇ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ୩ ସନ୍ଦିଗ୍ଧକୁ ଅଟକ ରଖାଯାଇଛି । ହତ୍ୟାକାରୀ କେଦାରପଲ୍ଲୀ ଅଞ୍ଚଳର ବୋଲି ଜଣାପଡିଛି। ପୂର୍ବରୁୁ ବ୍ୟକ୍ତିଗତ ରାଗ ଥିଲା । ସେହି ରାଗରୁ ହତ୍ୟାକାଣ୍ଡ ହୋଇଛି।
ଏହାସହ ସହଦେବ ପୁଲିସ ମିତ୍ର ଭାବରେ କାମ କରୁଥିଲେ। ଧଳା ଜହର ଆଦି ମାମଲା ବିଷୟରେ ସୂଚନା ଦେଉ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ସୂଚନା ଯୋଗ୍ୟ, କେଦାରପଲ୍ଲୀ ବସ୍ତିର ବିଏମ୍‌ସି ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକ ସ୍କୁଟିରେ ଯାଉଥିବା ବେଳେ ଦୁର୍ବୃତ୍ତ ବାଇକରେ ଆସି ଗୋଡାଇ ଗୋଡାଇ ତାଙ୍କୁ ବୀଭତ୍ସ ଭାବରେ ହତ୍ୟା କରିଛନ୍ତି । ତାଙ୍କ ବେକ ଓ ଗୋଡରେ ଗଭୀର ଆଘାତ ଲାଗିିଛି।
ଭୋର୍‌ ସମୟରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ସହଦେବଙ୍କୁ ଗୋଡାଇ ଗୋଡାଇ ହାଣି ତାଙ୍କୁ ହତ୍ୟା କରିଥିଲେ । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କ୍ୟାପିଟାଲ୍‌ ହସ୍ପିଟାଲରେ ତାଙ୍କ ମୃତଦେହ ପହଞ୍ଚିବା ପରେ ଅନ୍ୟ ସଫେଇକର୍ମୀମାନଙ୍କ ମଧ୍ୟରେ ଏହାକୁ ନେଇ ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୪ ଘଣ୍ଟା ମଧ୍ୟରେ ଅପରାଧୀ ଧରା ନପଡିଲେ ରାଜଧାନୀରେ ସଫେଇକାମ ବନ୍ଦ ରହିବ ବୋଲି ଉତ୍ତ୍ୟକ୍ତ କର୍ମୀ ମାନେ ଚେତାବନୀ ଦେଇଛନ୍ତି।

ଦେଖନ୍ତୁ ଭିଡିଓ ; ଦୌଡି ପଳାଉଥିଲା ଚିତାବାଘ, ଲାଞ୍ଜ ଧରି ପକାଇଲେ ଯୁବକ, ଆଉ ତା’ପରେ..

୧୦୦ ବର୍ଷ ପରେ ରାହୁ-ମଙ୍ଗଳଙ୍କ ଚଳନ ; ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ, ହେବ ଧନବର୍ଷା, ସୁଖମୟ ବୈବାହିକ ଜୀବନ..

- Advertisement -

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories