www.samajalive.in
Tuesday, December 9, 2025
15.1 C
Bhubaneswar

ଭାରତୀୟ ଦଳରେ ଶଙ୍କର ଓ ଗିଲ୍ ସାମିଲ

ନୂଆଦିଲ୍ଲୀ : ଭାରତୀୟ ଦିନିକିଆ ଦଳରେ ବଦଳ ଖେଳାଳି ଭାବେ ସାମିଲ ହୋଇଛନ୍ତି ତାମିଲନାଡ଼ୁର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ଓ ପଞ୍ଜାବର ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଶୁବ୍‌ମାନ ଗିଲ୍। ଭାରତୀୟ ଦଳରୁ ବାସନ୍ଦ ହୋଇଥିବା ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ କେ.ଏଲ୍‌. ରାହୁଲଙ୍କ ସ୍ଥାନରେ ଶୁବ୍‌ମାନ ଗିଲ୍ ଏବଂ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ବିଜୟ ଶଙ୍କରଙ୍କୁ ବଦଳ ଖେଳାଳି ଭାବେ ରବିବାର ଭାରତୀୟ ସିନିୟର ମନୋନୟନ କମିଟି ଘୋଷଣା କରିଛି। ତେବେ ବିଜୟ ଶଙ୍କରଙ୍କୁ ଅ‌େଷ୍ଟ୍ରଲିଆ ବିପକ୍ଷ‌େ​‌ର ଚଳିତ ଦିନିକିଆ ସିରିଜ୍ ପାଇଁ ଦଳରେ ତୁରନ୍ତ ଯୋଗଦେବାକୁ କୁହାଯାଇଛି। ଏହି ସିରିଜ୍‌ ପରେ ଭାରତୀୟ ଦଳ ସହ ବିଜୟ ଶଙ୍କର ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଶୁବ୍‌ମାନ ଗିଲ୍‌ଙ୍କୁ କେବଳ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ଗିଲ୍‌ ଭାରତରୁ ସିଧା ନ୍ୟୁଜିଲାଣ୍ଡ ଯିବେ।
ଶନିବାର ରାତିରେ ବିସିସିଆଇର ସିନିୟର ମନୋନୟନ କମିଟି ପକ୍ଷରୁ ଘୋଷଣା କରା ଯାଇଥିଲା ଯେ କେ.ଏଲ୍‌. ରାହୁଲଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ବିଜୟ ଶଙ୍କର ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ​‌େ​‌ର ଯିବେ। ତେବେ ରବିବାର ଜାଣିବାକୁ ପାଇଥିଲେ ଯେ ମୟଙ୍କ ଅଗ୍ରୱାଲ ଆହତ ଅଛନ୍ତି ଏବଂ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ଅତିକମ୍‌​‌େ​‌ର ୨ ସପ୍ତାହ ତାଙ୍କର ଖେଳିବା ଅସମ୍ଭବ। ଏହି କାରଣରୁ ରବିବାର ମନୋନୟନ କମିଟି ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ଶୁବ୍‌ମାନ ଗିଲ୍‌ଙ୍କୁ ରାହୁଲଙ୍କ ବଦଳ ଖେଳାଳି ଭାବେ ନାମିତ କରିଛନ୍ତି। ପ୍ରଥମ ସୂଚନା ପାଇବା ପରେ ବିଜୟ ଶଙ୍କର ରବିବାର ସକାଳୁ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ତେବେ ବିଳମ୍ବରେ ଖବର ପାଇଥିବାରୁ ଗିଲ୍‌ଙ୍କୁ ଅଷ୍ଟ୍ରେଲିଆ ନ ପଠାଇ ତାଙ୍କୁ କେବଳ ନ୍ୟୁଜିଲାଣ୍ଡ ଗସ୍ତରେ ଯିବାକୁ କୁହାଯାଇଛି। ପ୍ରଥମଥର ପାଇଁ ଭାରତୀୟ ସିିନିୟର ଦଳରେ ସାମିଲ ହୋଇଥିବା ୧୯ ବର୍ଷ ବୟସ୍କ ଶୁବ୍‌ମାନ ଗିଲ୍‌ଙ୍କୁ ‘ଜୁନିୟର ବିରାଟ କୋହଲି’ ବୋଲି କୁହାଯାଉଛି। ଉଭୟଙ୍କ ବ୍ୟାଟିଂ ଷ୍ଟାଇଲ ପ୍ରାୟ ଏକା ପରି। ଶୁବ୍‌ମାନ ଏବେ ଚମତ୍କାର ଫର୍ମରେ ଅଛନ୍ତି। ପଞ୍ଜାବ ପାଇଁ ୧୦ଟି ରଣଜୀ ଟ୍ରଫି ଇନିଂସରୁ ଶୁବ୍‌ମାନ ୨ଟି ଶତକ ଓ ୫ଟି ଅର୍ଦ୍ଧଶତକ ସହ ୯୮.୭୫ ଆଭ୍‌ରେଜରେ ୭୯୦ ରନ୍ କରିଛନ୍ତି। ରଣଜୀ ଅଭିଯାନ ପୂର୍ବରୁ ଶୁବ୍‌ମାନ ଭାରତ ‘ଏ’ ଦଳ ସହ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲେ। ୨୦୧୮ରେ ୧୯ ବର୍ଷରୁ କମ୍ ବିଶ୍ବକପ୍‌​‌େ​ର ଚମତ୍କାର ପ୍ରଦର୍ଶନ କରି ଶୁବ୍‌ମାନ ଗିଲ୍ ‘ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ’ ହୋଇଥିଲେ। ପରେ ସେ ୧.୮ କୋଟି ଟଙ୍କାରେ କଲକାତା ନାଇଟ ରାଇଡର୍ସ ପାଇଁ ଆଇପିଏଲ୍ ଖେଳିବା ଲାଗି ସାମିଲ ହୋଇଥିଲେ। ବିଜୟ ଶଙ୍କର ପୂର୍ବରୁ ଭାରତ ପାଇଁ ୫ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ‘ଏ’ ପାଇଁ ଦିନିକିଆରେ ସେ ସର୍ବାଧିକ ରନ୍ ସ୍କୋର୍ କରିଥିଲେ। ଭାରତୀୟ ଦଳ ଅଷ୍ଟେଲିଆ ବିପକ୍ଷରେ ଆସନ୍ତା ୧୫ ଓ ୧୮ରେ ବାକି ୨ଟି ଦିନିକିଆ ମ୍ୟାଚ୍ ଖେଳିବା ପରେ ଜାନୁୟାରୀ ୨୩ରୁ ଫେବୃୟାରୀ ୧୦ ମଧ୍ୟରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories