www.samajalive.in
Sunday, December 7, 2025
26.1 C
Bhubaneswar

ଗୁକେଶଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ସର୍ବକନିଷ୍ଠ ବିଶ୍ବ ଚେସ୍‌ ଚମ୍ପିଆନ୍ ହୋଇଥିବା ଡି. ଗୁକେଶଙ୍କ ପାଇଁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଦେଶକୁ ଗର୍ବିତ କରିଥିବା ଗୁକେଶଙ୍କୁ ଏକ୍ସ ଜରିଆରେ ଦେଶର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟରରେ ଲେଖିଛନ୍ତି, ସର୍ବକନିଷ୍ଠ ବିଶ୍ବ ଚେସ୍‌ ଚମ୍ପିଆନ୍ ହୋଇଥିବା ଡି. ଗୁକେଶଙ୍କୁ ହୃଦୟରୁ ଅଭିନନ୍ଦନ। ସେ ଭାରତକୁ ବହୁତ ଗର୍ବିତ କରିଛନ୍ତି। ତାଙ୍କ ବିଜୟ ଯୋଗୁଁ ଏକ ଚେସ୍‌ ଶକ୍ତି ଭାବେ ଭାରତର କର୍ତ୍ତୃତ୍ବ ଆହୁରି ଋଦ୍ଧିମନ୍ତ ହୋଇଛି। ସମସ୍ତ ଭାରତୀୟଙ୍କ ପକ୍ଷରୁ ତୁମର ଉଜ୍ଜ୍ବଳ ଭବିଷ୍ୟତର କାମନା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି- ଐତିହାସିକ ଓ ଅନୁକରଣୀୟ! ତାଙ୍କର ଚମତ୍କାର କୃତିତ୍ବ ପାଇଁ ଗୁକେଶକୁ ବହୁତ ଅଭିନନ୍ଦନ। ଏହା ଅଦ୍ବିତୀୟ ପ୍ରତିଭା, କଠିନ ପରିଶ୍ରମ ଓ ଅଟଳ ନିଷ୍ଠାର ସୁଫଳ। ତାଙ୍କ ବିଜୟ କେବଳ ଇତିହାସ ରଚିନାହିଁ; କୋଟିକୋଟି ଭାରତୀୟଙ୍କୁ ପ୍ରେରଣା ଯୋଗାଇବ। ଭବିଷ୍ୟତ ପାଇଁ ବହୁତ ଶୁଭେଚ୍ଛା। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟ ଏକ୍ସରେ ଲେଖିଛନ୍ତି, ସମ୍ମାନଜନକ ବିଶ୍ବ ଚେସ୍ ଚମ୍ପିଆନ୍‌ସିପ ଟାଇଟଲ ଜିତିଥିବାରୁ ଡି. ଗୁକେଶଙ୍କୁ ବହୁତ ଅଭିନନ୍ଦନ ଜଣାଉଛି। ତୁମେ ସର୍ବକନିଷ୍ଠ ବିଶ୍ବ ଚମ୍ପିଆନ୍ ହୋଇ ପାରିଛ। ତୁମ କଠିନ ପରିଶ୍ରମ ସାରାଦେଶକୁ ଗର୍ବିତ କରିଛି। ଭାରତର ପ୍ରଥମ ବିଶ୍ବ ଚେସ୍‌ ଚମ୍ପିଆନ୍‌ ବିଶ୍ବନାଥନ୍ ଆନନ୍ଦ କହିଛନ୍ତି, ଅଭିନନ୍ଦନ! ଚେସ୍ ଓ ଭାରତ ପାଇଁ ଏହା ଗର୍ବର ମୁହୂର୍ତ୍ତ। ବ୍ୟକ୍ତିଗତ ଭାବେ ମୋ ପାଇଁ ଏହା ଗର୍ବର ବିଷୟ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories