ଶ୍ରୀମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବଶ ବିଷୟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା

0

କଟକ: ଶ୍ରୀମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶ ଉପରେ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ପରାମର୍ଶକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ମନ୍ଦିରରେ ଅନେକ ସ୍ୱତନ୍ତ୍ର ନୀତି ନିୟମ ପାଳନ କରାଯାଉଥିବାରୁ ଅଣ ହିନ୍ଦୁଙ୍କ ପ୍ରବେଶକୁ ବିରୋଧ କରାଯିବ ବୋଲି ଅନେକ ସେବାୟତ ମତ ପ୍ରକାଶ କରିଛନ୍ତି । ଅଣ ହିନ୍ଦୁଙ୍କ ପାଇଁ ପତି ପାବନ ରହିଛନ୍ତି ବୋଲି  କହିଛନ୍ତି । ତେବେ ସୁପ୍ରିମ କୋର୍ଟର ଖଣ୍ଡପୀଠ ଗୀତାର ଏକ ଶ୍ଲୋକ   ୟେପେନ୍ନ ଦେବତା ଭକ୍ତା ୟଜନ୍ତେ ସରଧାୟାନବିତାଃ ,ତେପି ମାମେବ କୌନ୍ତେୟ ୟଜନ୍ତ୍ୟବିଧିପୂର୍ବକମ୍ ର ଉଦାହରଣ ଦେଇଛନ୍ତି । ଅର୍ଜୁନଙ୍କ କୃଷ୍ଣ କହିଛନ୍ତି , ଯେ କେହି ବି ଯାହାକୁ ପୂଜା କରୁଛନ୍ତି ସେ ମୋତେ ପୂଜା କରୁଛନ୍ତି । ଏହପରେ ଶ୍ରୀମନ୍ଦିରରରେ ହିନ୍ଦୁଙ୍କ ବ୍ୟତୀତ ଅନ୍ୟ ଧର୍ମର ଲୋକ ପ୍ରବେଶ ଉପରେ ବିଚାର କରିବା ପାଇଁ କହିଛନ୍ତି ଖଣ୍ଡପୀଠ କହିଛନ୍ତି ।

ଭାରତରେ ଇଂରେଜମାନେ ଶାସନ କରିଥିଲେ । ୨ ଶହ ବର୍ଷ ଶାସନ କରିଥିଲେ ମଧ୍ୟ  ଧର୍ମୀୟ ଭାବନାରେ ବିଶେଷ ହସ୍ତକ୍ଷେପ କରି ନ ଥିଲେ । ଅନେକ ସମୟରେ ଶ୍ରୀମନ୍ଦିର ଉପରେ ଅଣ ହିନ୍ଦୁଙ୍କର ଆକ୍ରମଣ ହୋଇଛି । ଏହାର ହଜାର ହଜାର ବର୍ଷ ଧରି ସ୍ୱତନ୍ତ୍ର ରୀତି ନୀତି ରହିଛି ବୋଲି ବରିଷ୍ଠ ଦଇତାପତି ସେବାୟତ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର କହିଛନ୍ତି। ଶ୍ରୀମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶକୁ ବିରୋଧ କରାଯିବ ବୋଲି ସେ କହିଛନ୍ତି । ଅଣ ହିନ୍ଦୁଙ୍କ ପାଇଁ ପତିତପାବନଙ୍କ ରହିଛନ୍ତି । ସ୍ନାନଯାତ୍ରା ଓ ଘୋଷଯାତ୍ରାରେ ପ୍ରଭୁ ବାହାରେ ଦର୍ଶନ ଦିଅନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ସେହିପରି ଶ୍ରୀମନ୍ଦିର ରୀତି ନୀତି ବିଷୟରେ ଆଦି ଶଙ୍କରାଚାର୍ୟ୍ୟ ବିଶେଷ ଭୂମିକା ଗ୍ରହଣ କରିଥିଲେ। ଶ୍ରୀମନ୍ଦିରେ ବିଭିନ୍ନ ସେବା ପୂଜାରେ ତାଙ୍କର ଭୂମିକା ରହିଛି। ଏଣୁ କୌଣସି ନିଷ୍ପତ୍ତି ସମୟରେ , ସଂସ୍କାର ସମୟରେ ଗୋବର୍ଦ୍ଧନା ପୀଠାଧୀଶ ଶଙ୍କରାଚାର୍ଯ୍ୟଙ୍କ ମତ ନିହାତି ନେବା ଆବଶ୍ୟକ  ବୋଲି ଗୋବର୍ଦ୍ଧନ ପୀଠର ମୁଖପାତ୍ର ମନୋଜ ରଥ କହିଛନ୍ତି ।

ଅଣ ହିନ୍ଦୁ ଜଗନ୍ନାଥ ଦର୍ଶନ କଲେ ହୁଏତ ପୁରୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ , ମାତ୍ର ଶ୍ରୀମନ୍ଦିରର ସ୍ୱତନ୍ତ୍ର ରୀତି ନୀତି, ହଜାର ହଜାର ବର୍ଷର ପରମ୍ପରାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ହୋଟେଲ ମାଲିକ ତଥା  ଆଇନଜୀବୀ  ଶ୍ରୀମନ୍ତ ଦାଶ ପ୍ରକାଶ କରିଛନ୍ତି ।  ପରମ୍ପରା ଓ ସଂସ୍କାରର ତର୍ଜମା କରି ଏ ସମର୍କରେ ନିଷ୍ପତି ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ତେବେ ଅଣ ହିନ୍ଦୁଙ୍କ ପ୍ରବେଶକୁ ନେଇ ଭିନ୍ନ ଭିନ୍ନ  ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave A Reply