www.samajalive.in
Monday, December 15, 2025
15.1 C
Bhubaneswar

ବାଜପେୟୀଙ୍କ କାର୍ଯ୍ୟକ୍ରମରେ ‘ରଘୁପତି ରାଘବ’ ଗୀତକୁ ନେଇ ହଙ୍ଗାମା

ସମାଜ ଡିଜିଟାଲ ଡେସ୍କ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ରଘୁପତି ରାଘବ…’ ଗୀତକୁ ନେଇ ହଙ୍ଗାମା ହୋଇଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ କଣ୍ଠଶିଳ୍ପୀଙ୍କୁ ବିରୋଧ କରିବା ସହିତ ଗୀତ ଗାଇବାକୁ ବାରଣ କରିଥିଲେ। ଏହାକୁ ନେଇ କାର୍ଯ୍ୟକ୍ରମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାଟି ଘଟିଛି ବିହାରରେ।

ସୂଚନା ଅନୁସାରେ ବାଜପେୀୟଙ୍କ ଜନ୍ମଶତବାର୍ଷିକୀ ଅବସରରେ ‘ମେଁ ଅଟଲ ରହୁଙ୍ଗା’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଏଥିରେ ଭୋଜପୁରୀ କଣ୍ଠଶିଳ୍ପୀ ଦେବୀ ‘ରଘୁପତି ରାଘବ ରାଜାରାମ…’ ସଙ୍ଗୀତ ପରିବେଷଣ ଆରମ୍ଭ କରିଥିଲେ। ଦେବୀ ଗୀତ ଗାଇବା କ୍ଷଣି ହିନ୍ଦୁ ପୁତ୍ର ସଂଗଠନର କର୍ମକର୍ତ୍ତାମାନେ ହୋହଲ୍ଲା କରିବା ସହିତ ପାଟିତୁଣ୍ଡ ଆରମ୍ଭ କରିଥିଲେ। କଣ୍ଠଶିଳ୍ପୀଙ୍କୁ ସେମାନେ ଗୀତ ଗାଇବାକୁ ବାରଣ କରିଥିଲେ। ଉପସ୍ଥିତ ସୁରକ୍ଷାକର୍ମୀ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ଶେଷର କଣ୍ଠଶିଳ୍ପୀଙ୍କୁ କ୍ଷମାପ୍ରାର୍ଥନା କରିବାକୁ ପଡ଼ିଥିଲା।

- Advertisement -

ତେବେ ଏହି ସଙ୍ଗୀତ ପରିବେଷଣକୁ ବିରୋଧ କରାଯିବାର କାରଣ ହେଲା ଏଥିରେ ରହିଥିବା ପଦ ‘ଈଶ୍ଵର ଆଲ୍ଲାଃ ତେରୋ ନାମ’। ଏହାକୁ ନେଇ ବିରୋଧ କରାଯାଇଥିଲା।

କଣ୍ଠଶିଳ୍ପୀ ଦେବୀ କହିଛନ୍ତି, ସେ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ! ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ଗାନ କରୁଥିଲି। ଈଶ୍ଵର ଆଲ୍ଲାଃ ତେରୋ ନାମ ପଦ ଗାଇବା କ୍ଷଣି କିଛି କାର୍ଯ୍ୟକର୍ତ୍ତା ତାଙ୍କୁ ବିରୋଧ କରିବା ସହିତ ଗୀତ ଗାଇବାକୁ ବାରଣ କରିଥିଲେ। କିଛି ନେତା ଷ୍ଟେଜ ଉପରକୁ ଆସି ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ତାଙ୍କୁ କ୍ଷମା ମାଗିବାକୁ କହିଥିଲେ। ତେଣୁ ସେ କ୍ଷମାପ୍ରାର୍ଥନା କରିଥିଲେ।

ଅନ୍ୟପଟେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଏହି ଘଟଣାର ଏକ ଭିଡିଓ କ୍ଲିପ ସାମାଜିକ ଗଣମାଧ୍ୟମରେ ଶେୟାର କରିବା ସହିତ ନିନ୍ଦା କରିଛନ୍ତି। ବିଜେପି ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ, ସେମାନେ ବିଶ୍ଵକୁ ଦେଖାଇବା ପାଇଁ ଗାନ୍ଧୀଜୀଙ୍କୁ ପୁଷ୍ପ ଅର୍ପଣ କରୁଛନ୍ତି। କିନ୍ତୁ ବାସ୍ତବରେ ଗାନ୍ଧୀଜୀଙ୍କ ପ୍ରତି ସେମାନଙ୍କର ସମ୍ମାନ ନାହିଁ। ବାବା ସାହେବ ଆମ୍ବେଦକରଙ୍କ ନାଁ ନେଇ ସେମାନେ କେବଳ ନାଟକବାଜି କରୁଛନ୍ତି, କିନ୍ତୁ ପ୍ରକୃତରେ ସେମାନେ ବାବା ସାହେବଙ୍କୁ ଅପମାନିତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories