www.samajalive.in
Monday, December 15, 2025
14.1 C
Bhubaneswar

ସମ୍ବଲପୁରୀ ହପ୍ତାରେ ସମ୍ବଲପୁରୀ କବିତା ପଢ଼଼ାନ କାର୍ଯ୍ୟକ୍ରମ

ସମ୍ବଲପୁର: ସ୍ଥାନୀୟ ବିଶାଲଖିଣ୍ଡା ଗ୍ରାମରେ ସମ୍ବଲପୁରୀ ଭାଷା ଏକାଡେମୀ ତରଫରୁ ଚାଲିଥିବା ସମ୍ବଲପୁରୀ ହପ୍ତା ୨୦୨୪ର ୪ର୍ଥ ଦିବସ ଅବସରରେ ‘ସମ୍ବଲପୁରୀ କବିତା ପଢ଼଼ାନ’ କାର୍ଯ୍ୟକ୍ରମ ଶନିବାର ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ସିଦ୍ଧୁ ସାହୁ ଓ ମୁଖ୍ୟବକ୍ତା ରୂପେ ସିତେଶ ନାଗ ଯୋଗ ଦେଇଥିବା ବେଳେ ମାଁ ସମେଲଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀ ମାନେ ନିଜସ୍ୱ ରଚିତ ସମ୍ବଲପୁରୀ କବିତା ଗୁଡିକ ପାଠ କରିଥିଲେ। ଚତୁର୍ଭୁଜ ଗର୍ଡ଼ିଆ ମଧ୍ୟ ‘ଆସ ଜଗାମାଁ ଗଛ’ କବିତା ପାଠ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ କବିତା ଲେଖିବାର କୌଶଳ ମଧ୍ୟ ଏକାଡେମୀ ପକ୍ଷରୁ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବହୁ ଉତ୍ସାହର ସହିତ ଅଞ୍ଚଳବାସୀ ଅଂଶଗ୍ରହଣ କରି ଉପଭୋଗ କରିଥିଲେ। କାର୍ଯ୍ୟକ୍ରମକୁ ସଭାପତି ହେମକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପାଦକ ଦେବାଶିଷ ସାହୁ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories