www.samajalive.in
Tuesday, December 9, 2025
15.1 C
Bhubaneswar

ଫେଙ୍ଗସୁଇ କଏନ ଘରେ ରଖିବାର ଶୁଭଫଳ

ଫେଙ୍ଗସୁଇ ଉଭୟ ସକାରାତ୍ମକ ଓ ନକରାତ୍ମକ ଶକ୍ତି ଉପରେ ଆଧାରିତ। ଘରେ ସକାରାତ୍ମକ ଶକ୍ତି ଥିଲେ ସମସ୍ତ କ୍ଷେତ୍ରରେ ଉନ୍ନତି ହୋଇଥାଏ। ଏହାସହ ସଫଳତା ମଧ୍ୟ ପ୍ରାପ୍ତି ହୋଇଥାଏ। କିନ୍ତୁ ନକରାତ୍ମକ ଶକ୍ତି ରହିଥିଲେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥାଏ। ଫେଙ୍ଗସୁଇ ଅନୁସାରେ, ଘରେ ଲାଲ ରିବନରେ ବନ୍ଧା ହୋଇଥିବା କଏନ ରଖିବା ଶୁଭ ହୋଇଥାଏ। ଏହାଦ୍ବାରା ପରିବାର ସଦସ୍ୟଙ୍କୁ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ସେସବୁ କ’ଣ ..

ଫେଙ୍ଗସୁଇ ଅନୁସାରେ, ଲାଲ ରିବନ ବନ୍ଧା ଥିବା କଏନ ଘରେ ରଖିବା ଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହାଦ୍ବାରା ଘରର ପରିବେଶରେ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ। ଏବଂ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

- Advertisement -

ଘରର ମୁଖ୍ୟଦ୍ବାର ନିକଟରେ ଭିତରକୁ ଲାଲ ରିବନ ବନ୍ଧା ଥିବା କଏନ ଲଗାଇବା ଦ୍ବାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ।

ଦୋକାନ କିମ୍ବା କାର୍ଯ୍ୟାଳୟରେ ବ୍ୟବସାୟରେ ସଫଳତା ପାଇବା ପାଇଁ ମୁଖ୍ୟଦ୍ବାରରେ ଲାଲ ରିବନ ବନ୍ଧା ଥିବା ତିନୋଟି କଏନ ଲଗାଇ ଦିଅନ୍ତୁ।

ଚାକିରୀ କ୍ଷେତ୍ରରେ ଉନ୍ନତି ପାଇଁ ଶୟନ କକ୍ଷର ଦକ୍ଷିଣ ଦିଗରେ ତିନୋଟି କଏନ ଲଟକାଇ ଦିଅନ୍ତୁ।

ଫେଙ୍ଗସୁଇର ଏହି କଏନକୁ ଲକର କିମ୍ବା ଆଲମାରୀରେ ଲଗାଇ ପାରିବେ।

ମାନସିକ ଚିନ୍ତା ଦୂର କରିବା ପାଇଁ ଘରର ମୁଖ୍ୟ କକ୍ଷର କବାଟରେ କଏନ ବାନ୍ଧନ୍ତୁ।

ସଫଳତା ପ୍ରାପ୍ତି ପାଇଁ ଏକ ଛୋଟ କଏନକୁ ନିଜ ପର୍ସରେ ରଖନ୍ତୁ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories