ବିଷ ପିଇଦେଲେ ଶାଳୀ ଓ ଭିଣୋଇ, ତଦନ୍ତ ଆରମ୍ଭ କଲା ପୁଲିସ

ଧର୍ମଗଡ଼: ଶାଳୀ ଭିଣୋଇ ପ୍ରେମର କରୁଣ ପରିଣତି। ଅପମାନ ସହି ନ ପାରି ଶାଳୀ ଓ ଭିଣୋଇ ଏକାଠି ବିଷ ପିଇ ଦେଇଥିଲେ। ବିଷ ପିଇବା ପରେ ଉଭୟ ଗୁରୁତର ହୋଇପଡ଼ିଥିଲେ। ତେବେ ଭିଣୋଇର ମୃତ୍ୟୁ ହୋଇଯାଇଥିବାବେଳେ ଶାଳୀ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

ଧର୍ମଗଡ଼ ଅନ୍ତର୍ଗତ କୋକସରା ଥାନା ପଲସପାଣି ଗାଁରେ ଅଭାବନୀୟ ଘଟଣା ଘଟିଛି। ଶାଳୀ ଓ ଭିଣୋଇ ମଧ୍ୟରେ ଗଢ଼ି ଉଠିଥିବା ପ୍ରେମ ସମ୍ପର୍କ ଜଣାପଡ଼ିବା ପରେ ଘର ଲୋକେ ଏହାକୁ ନେଇ ଆପତ୍ତି ଉଠାଇଥିଲେ। ଉଭୟ ପ୍ରେମ ସମ୍ପର୍କକୁ ନେଇ ଆଜି ଘରେ ଏକ ବୈଠକ ବସିଥିଲା। ଆଲୋଚନା ସମୟରେ ଅପମାନିତ ହୋଇ ଅଧାରୁ ଶାଳୀ ଓ ଭିଣୋଇ ବୈଠକରୁ ଉଠି ଯାଇଥିଲେ। ବୈଠକରୁ ଉଠିଯାଇ ଉଭୟ ଶାଳୀ ଓ ଭିରୋଇ ବିଷ ପିଇ ଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଭିଣୋଇକୁ ମୃତ ଘୋଷଣା କରିଥିଲେ। ତେବେ ଭବାନୀପାଟଣା ସ୍ବାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comments are closed.